32.1 C
Bhubaneswar
Thursday, May 2, 2024
Homeଅପରାଧବଧୂହତ୍ୟା ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା:  ବଧୂହତ୍ୟା ଅଭିଯୋଗରେ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲାଜଜ୍ ଅଭିଯୁକ୍ତ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରି ବୁଧବାର ଆଜୀବନ କାରାଦଣ୍ଡ ସହ ୫ ହଜାର ଜୋରିମାନା କରିଥିବା ଜଣାଯାଇଛି । ମାମଲା ମୁତାବକ ବେଗୁନିଆ ତଣ୍ଡାଳ ଗ୍ରାମର ସରୋଜ କୁମାର ସୁବୁଦ୍ଧିଙ୍କୁ  ମମତାରାଣୀ ପାଣିଗ୍ରାହୀ ବିବାହ କରିଥିଲେ । ବିବାହ ସମୟରେ ବାପାଘର ପକ୍ଷରୁ ନଗଦ ୫ ହଜାର ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା । କିନ୍ତୁ ଶ୍ୱଶୂର ଘର ଲୋକମାନେ ଏଥିରେ ସନ୍ତୁଷ୍ଟ ନଥିଲେ ।

ଅଧିକ ଟଙ୍କା ଦାବି କରି ମମତାକୁ ଖାଇବା, ପିଇବା ନଦେବା ସହିତ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲୋ ଗତ ୨୦୧୪ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାମୀ ସରୋଜ କୁମାର ସୁବୁଦ୍ଧି, ଶାଶୂ ସୌଦାମିନୀ ସୁବୁଦ୍ଧି, ନଣନ୍ଦ ଓ ପରିବାରର ଅନ୍ୟମାନେ ତଣ୍ଟି ଚିପି ହତ୍ୟାକରି  ରଶିରେ ଟଙ୍ଗାଇ ଦେଇଥିଲେ । ଏ ସର୍ମ୍ପକରେ ମମତାର ଭାଇ ପ୍ରଭାତ ବେଗୁନିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏକ ମୋକଦ୍ଦମା ରୁଜୁ କରିଥିଲା ।

ତେବେ ଏହି ମୋକଦ୍ଦମା ସ୍ଥାନୀୟ ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍ ବିଚାର କରି ଅଭିଯୁକ୍ତ ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜୋରିମାନା  ଆଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ୍ ପ୍ରସିକ୍ୟୁଟର ରଜନୀକାନ୍ତ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking