38.8 C
Bhubaneswar
Friday, April 19, 2024
Homeଓଡିଶାକାର୍ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର 

କାର୍ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର 

ଗଞ୍ଜାମ : ଦୁର୍ଘଟଣାରେ ଦିଗପହଣ୍ଡି ଥାନା ଗୋପାଳପୁର ଗ୍ରାମର ଶିବ ଶଙ୍କରଙ୍କ ଗତକାଲି ମୃତ୍ୟୁ ହୋଇଛି । ମୃତ୍ୟୁ ବରଣ କରିଥିବା ପରିବାରକୁ କ୍ଷତିପୁରଣ ଦାବିରେ ତାତିଛନ୍ତି ଗ୍ରାମବାସୀ । ଆଜି ଗୋପାଳପୁର ଗ୍ରାମବାସୀ ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାକୁ ତିନି ଘଣ୍ଟା ଅବରୋଧ କରିଛନ୍ତି । ଟାୟର୍ ଜାଳି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ସିଦ୍ଧେଶ୍ୱର ସରପଞ୍ôଚ ପ୍ରତିନିଧି ସରୋଜ କୁମାର ଜେନା, ବିଜେଡି ନେତା ବିଜୟ କୁମାର ପ୍ରଧାନ, ଯୁବ ନେତା ସମୀର କୁମାର ସ୍ୱାଇଁ, ଟୁକୁନା ପ୍ରଧାନ ପ୍ରମୁଖ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ଉତ୍ତେଜିତ ଲୋକ କର୍ଣ୍ଣପାତ କରିନଥିଲେ ।

ଅପରାହ୍ନ ୪ଟାରେ ଦିଗପହଣ୍ଡି ତହସି୍‌ଲଦାର ସିପକ୍ କୁମାର ପାତ୍ର, ଆଇଆଇସି ବସନ୍ତ କୁମାର ସେଠୀ ପୁଲିସ୍‌ଟିମ୍ ସହ ଘଟଣା ସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ୨ ତାରିଖରେ ଗୋପାଳପୁର ଗ୍ରାମର ଶିବ ଶଙ୍କର ପ୍ରଧାନ ତାଙ୍କ ସ୍ତ୍ରୀ ସୁଦେଷ୍ଣା ପ୍ରଧାନଙ୍କ ସହ ବାଇକ୍‌ରେ ବ୍ରହ୍ମପୁର ଯାଉଥିଲେ । ସଦର ଥାନା ନାରାୟଣପୁର-ଡେଙ୍ଗାପଦର ମଧ୍ୟରେ ବିପରିତ ଦିଗରୁ ଆସୁଥିବା ଏକ କାର୍ ଶିବ ଶଙ୍କରଙ୍କ ବାଇକ୍‌କୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଧକ୍କାରେ ଶିବ ଶଙ୍କର ଓ ସ୍ତ୍ରୀ ସୁଦେଷ୍ଣା ଗୁରୁତର ହୋଇଥିଲେ । ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଶିବ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଦେଷ୍ଣା ବର୍ତମାନ୍ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଏହି ଖବର ପ୍ରଘଟ ହେବା ପରେ ଆଜି ଗୋପାଳପୁର ଗ୍ରାମ ସମେତ ସିଦ୍ଧେଶ୍ୱର ପଞ୍ଚାୟତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ଅପରାହ୍ନ ୩ଟାରୁ ଶିବ ଶଙ୍କରଙ୍କ ଶବ ବ୍ୟବଛେଦ ହୋଇ ଗ୍ରାମରେ ପହଞ୍ôଚବା ପୂର୍ବରୁ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଟାୟର୍ ଜାଳି ଅବରୋଧ କରିଥିଲେ । ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍ ପାଣ୍ଠିରୁ ସହାୟତା  ଏବଂ ଦୁର୍ଘଟଣା ଘଟାଇଥିବା କାର୍ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉତ୍ତେଜିତ ଲୋକେ ଦାବି କରିଥିଲେ । ଆଜି ସଂନ୍ଧ୍ୟା ସାଢେ ୬ଟାରେ ରାସ୍ତା ଅବରୋଧ ହଟିଥିବା ତହସିଲ୍‌ଦାର ସିପକ୍ କୁମାର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking