29.1 C
Bhubaneswar
Friday, May 17, 2024
Homeଓଡିଶାସ୍ୱତନ୍ତ୍ର ଟିକାକରଣ ଅଭିଯାନ ଟାସ୍କଫୋର୍ସ ବୈଠକ

ସ୍ୱତନ୍ତ୍ର ଟିକାକରଣ ଅଭିଯାନ ଟାସ୍କଫୋର୍ସ ବୈଠକ

ଖୋର୍ଦ୍ଧା:  ସ୍ୱତନ୍ତ୍ର ଟିକାକରଣ ଅଭିଯାନ ନିମନ୍ତେ ଟାସ୍କଫୋର୍ସ ଓ ସଚେତନତା ବୈଠକ ବୁଧବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଟିକାକରଣ କାର୍ଯ୍ୟକୁ ସଫଳ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଯେଉଁ ଶିଶୁ ଓ ଗର୍ଭବତୀ ମାଆ ପ୍ରତିଷେଧକ ଟିକା ନେଇନାହାନ୍ତି ସେମାନଙ୍କୁ ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟ ଟିକାକରଣ ନଭେମ୍ବର ୧୫ରୁ ୨୫ତାରିଖ ମଧ୍ୟରେ ୭ ଦିନବ୍ୟାପୀ ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଡିସେମ୍ବର ମାସରେ ୭ଦିନ ଏବଂ ତୃତୀୟ ପର୍ଯ୍ୟାୟ ଟିକାକରଣ ଜାନୁୟାରୀ ୨୦୨୨ରେ ୭ଦିନ ପାଇଁ ହେବ । ଯେଉଁ ଶିଶୁ ଓ ଗର୍ଭବତୀ ମହିଳାମାନେ ଟିକାକରଣରୁ ବଞ୍ôଚତ ହୋଇଛନ୍ତି, ସେମାନେ ଏହି ଟିକା ନେବେ ।

ଜିଲ୍ଲାରେ ସମସ୍ତ ବ୍ଲକରେ ଶତକଡ଼ା ନବେରୁ ଅଧିକ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଶ୍ୱରଞ୍ଜନ ପତି ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୁବନେଶ୍ୱର ଶାଖାର ଡା ସୁନିଲ ଦାସ କହିଥିଲେ ଟିକାକରଣ ଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଖୋର୍ଦ୍ଧା ଜିଲ୍ଲାର ୫ଟି ବ୍ଲକ ଯେଉଁଠାରେ ଟିକାକରଣ ହାର କମ୍ ଅଛି, ସେଠାରେ ସ୍ୱତନ୍ତ୍ର ଟିକାକରଣ କରାଯିବ । ବାଲିଅନ୍ତା, ବେଗୁନିଆ, ବୋଲଗଡ଼, ଟାଙ୍ଗି ଓ ଭୁବନେଶ୍ୱର ବ୍ଲକରେ ଏହି ଟିକାକରଣ କରାଯିବ । ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁ , ଗର୍ଭବତୀ ମହିଳା, ୫ବର୍ଷ ପର୍ଯ୍ୟନ୍ତ ଶିଶୁ, ୧୦ରୁ  ୧୬ବର୍ଷର ପିଲା ଯେଉଁମାନେ ପ୍ରତିଷେଧକ ଟିକା ନେଇନାହାନ୍ତି ସେମାନଙ୍କୁ ଟିକାକରଣ କରାଯିବ ।

ଏହି ଟିକାକରଣ କାର୍ଯ୍ୟକ୍ରମ ପାଇର୍ ବ୍ଲକସ୍ତରରେ ମଧ୍ୟ ଟାସ୍କଫୋର୍ସ ବୈଠକ ହେବ । ଜିଲ୍ଲା ଜନସ୍ୱାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର କହିଥିଲେ ବ୍ଲକସ୍ତରରେ ହୋର୍ଡିଂ, ବ୍ୟାନର୍ ଲିଫଲେଟ୍ ଆଦି ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ । ବୈଠକରେ ଜିଲ୍ଲା କୋଭିଡ୍ ଟିକାକରଣ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ଜିଲ୍ଲା ସ୍ୱାସ୍ଥ୍ୟ ବିିଭାଗର ଅଧିକାରୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ, ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking