ଝାଡଖଣ୍ଡ : ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍ଚ୍ୟୁତ୍ । ସୋମବାର ବିଳମ୍ବିତ ରାତିରେ ପାଖାପାଖି ୩ଟା ୩୪ ମିନିଟରେ ଝାଡଖଣ୍ଡ ଚକ୍ରଧରପୁରରେ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଏହାର ୫ଟି କୋଚ୍ ଲାଇନଚ୍ୟୁତ ହୋଇଛି । ଫଳରେ ୨ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାଯାଇଛି। ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। । ସୂଚନା ଅନୁଯାୟୀ, ଚକ୍ରଧରପୁର ଡିଭିଜନ୍ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର ସମୟରେ ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି ହାୱଡା-ମୁମ୍ବାଇ ଏକ୍ସପ୍ରେସ । ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍ର ୧୮ଟି ବଗି ଟ୍ରାକ୍ରୁ ଖସି ଯାଇଥିବା ଜଣାଯାଇଛି। ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ଏଡିଆରଏମ ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ବହୁ ଯାତ୍ରୀ ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ରେଲୱେର ସ୍ପେଶାଲ ଟ୍ରେନ୍ ଓ ବସ୍ର ବ୍ୟବସ୍ଥା କରାଯାଇଛି।ହାୱଡ଼ା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ ୩ଟି ଟ୍ରେନ୍ ବାତିଲ୍ ହୋଇ ଯାଇଛି। ସେଗୁଡ଼ିକ ହେଲା ହାୱଡ଼ା- ଟିଟିଲାଗଡ଼-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ, ଖଡଗପୁର-ଧାନବାଦ ଓ ହାୱାଡ଼ା-ଭୁବନେଶ୍ୱର-ହାୱଡ଼ା ଜନଶତାବ୍ଦୀ ଟ୍ରେନ୍ । ଏହାବାଦ ୩ଟି ଟ୍ରେନ୍କୁ ସ୍ୱଳ୍ପ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ହାୱଡା ଷ୍ଟେଶନରେ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।