34.1 C
Bhubaneswar
Saturday, April 27, 2024
Homeଅପରାଧଘର କାମ କରିବାକୁ ଆସୁଥିବା ମିସ୍ତ୍ରୀ ମାଲିକ ଝିଅକୁ ନେଇ ଫେରାର

ଘର କାମ କରିବାକୁ ଆସୁଥିବା ମିସ୍ତ୍ରୀ ମାଲିକ ଝିଅକୁ ନେଇ ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଘଟିଛି ଏକ ଚର୍ଚ୍ଚିତ ଘଟଣା । ଉଚ୍ଚ ଶିକ୍ଷିତ ଝିଅ । ବିଇଡି ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିଲା । କିଛି କାଗଜପତ ଜେରକ୍ସ କରିବା ପାଇଁ ମା’ଙ୍କୁ କହି ପାଖ ବଜାରକୁ ଯାଇଥିଲା ଝିଅ । ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଝିଅ ଆଉ ଘରକୁ ଫେରିଲା ନାହିଁ । ବ୍ୟସ୍ତ ହୋଇପଡିଲେ ପରିବାର ଲୋକେ । ଶେଷରେ ଘର ଲୋକେ ନିଶ୍ଚିତ ହେଲେ ଝିଅ ନିଖୋଜ ହୋଇଛି । ଥାନାରେ ନିଖୋଜ ସଂପର୍କରେ ଏତଲା ଦେଲେ । ଦୁଇଦିନ ପରେ ପରିବାର ଲୋକେ ଜାଣିବାକୁ ପାଇଲେ କିଛି ଯୁବକ ମୋଟର ସାଇକଲରେ ଆସି ଝିଅକୁ ଅପହରଣ କରିଛନ୍ତି । ପୁଣି ଥାନାରେ ଲିଖିତ ଅଭିଯୋଗ କଲେ ଝିଅକୁ ଅପହରଣ କରାଯାଇଛି । ତା’ପରଦିନ ପରିବାର ଲୋକେ ନିଶ୍ଚିତ ହେଲେ ଏହି ଅପହରଣ ଘଟଣା ଘଟାଇଛି ନିଜ ଘରକାମ କରିବାକୁ ଆସୁଥିବା ମିସ୍ତ୍ରୀ ଜଣକ । ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅନ୍ତର୍ଗତ କବିରାଜପୁର ଗାଁରେ ଘଟିଥିଲା ଏଭଳି ଏକ ଘଟଣା । ଘଟଣାର ରହସ୍ୟକୁ ଭେଦକରିବା ପାଇଁ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । ଅପହୃତ ଝିଅକୁ ଉଦ୍ଧାର ସହ ଅପହରଣକାରୀକୁ ଧରିବା ପୋଲିସ୍ ପାଇଁ ଚାଲେଞ୍ଜ ସୃଷ୍ଟି ହେଲା । ଘଟଣାର କିଛିଦିନ ପରେ ଏକ ଭିଡିଓ ଭାଇରଲ୍ ହେଲା । ନିଜେ ଝିଅ , ପୁଅ ସହିତ ରହି ଭିଡିଓ ବର୍ତ୍ତାରେ କହିଥିଲା ମୋ ନିଜ ଇଛାରେ ପୁଅ ସହିତ ଆସିଛି । ସଂପୃକ୍ତ ଯୁବକ ସହିତ ସବୁଦିନେ ରହିବି । ପରିବାର ଲୋକେ ଥାନାରେ କରିଥିବା ମାମଲା ଉଠାଇ ନିଅନ୍ତୁ ତା’ନହେଲେ ସେ ଆତ୍ମହତ୍ୟା କରିବେ । ଏହାପରେ ଘଟଣା ପଛରେ ରହସ୍ୟ ଆଉ ଅଛପା ରହିଲା ନାହିଁ । ନିଖୋଜ ଓ ଅପହରଣ ଅଭିଯୋଗର ମୂଳରେ ସଂପୃକ୍ତ ଯୁବକ ବିଷୟରେ ସ୍ପଷ୍ଟ ହୋଇଯାଇଥିଲା । ଘରକାମ କରିବାକୁ ଆସୁଥିବା ମିସ୍ତ୍ରୀ ଜଣକ ଏମିତି ଘଟଣା ଘଟାଇଛି ଜାଣିବାପରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ । ଘଟଣା ପରେ ଗାଙ୍ଗପୁର ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ଯୁବକ ଓ ଯୁବତୀଙ୍କୁ ଧରି ଥାନାକୁ ଆଣିଥିଲା । ସେତେବେଳକୁ ଉଭୟେ କୋର୍ଟରେ ବିବାହ କରିଥିବା ପ୍ରମାଣ ଦେଖାଇଥିଲେ । ପୋଲିସ୍ ବି ନାଚାର, ଯେହେତୁ ସେମାନେ ସାବାଳକ ଏବଂ ଆଇନତଃ ନିଜ ଅଧିକାର ଓ ନିଷ୍ପତ୍ତି ବିଷୟରେ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking