32.1 C
Bhubaneswar
Thursday, May 9, 2024
Homeଅପରାଧଯୁବତୀଙ୍କୁ ନକଲି ଆଧାରକାର୍ଡ଼ ଦେଖାଇ ବିଶ୍ୱାସ ଜନ୍ମାଇଲେ, ଶେଷରେ....

ଯୁବତୀଙ୍କୁ ନକଲି ଆଧାରକାର୍ଡ଼ ଦେଖାଇ ବିଶ୍ୱାସ ଜନ୍ମାଇଲେ, ଶେଷରେ….

ନୂଆଦିଲ୍ଲୀ: ନକଲି ଆଧାରକାର୍ଡ଼ ଦେଖି ବିଶ୍ୱାସ ଜନ୍ମାଇଲେ ଓ ପରେ ବିବାହ ମଧ୍ୟ କଲେ । ଏହା ପରେ ଦେଖାଇଲେ ନିଜର ଅସଲ ରୂପ । ଯୁବତୀଙ୍କ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଇଲେ । ଶେଷରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଗିରଫ କଲା । ଆଉ ଏବେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିଛନ୍ତି । ମିଛ ପରିଚୟ ଓ ଦୁଇ ଥର ବିବାହ ସହ ପ୍ରତାରଣାର ଏମିତି ଏକ କାହାଣୀ ଦିଲ୍ଲୀରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାହୁଲ ଶର୍ମା ନାମରେ ଥିବା ଆଧାର କାର୍ଡ ଦେଖାଇ ଅଭିଯୁକ୍ତ ଜଣକ ତାଙ୍କୁ ୨୦୧୦ ମସିହାରେ ଏକ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ ପରେ ଜାଣିବାକୁ ପାଇଲେ ଯେ ସେ ଜଣେ ମୁସଲମାନ । ତାଙ୍କର ପ୍ରକୃତ ନାମ ଥିଲା ନୁରେନ୍ । ସାମାଜିକ ଉପହାସକୁ ଭୟ କରି ସେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ଆଉ ଯାହାର ଫାଇଦା ଉଠାଇଲେ ନୁରେନ । ଯୁବତୀଙ୍କୁ ଇସଲାମ ପରମ୍ପରା ଅନୁଯାୟୀ ବିବାହ କରିବାକୁ କହିଥିଲେ । ନିଜ ସନ୍ତାନର ଭବିଷ୍ୟତକୁ ଦୃଷ୍ଟିରେ ରଖି ଇସଲାମ ପରମ୍ପରା ଅନୁଯାୟୀ ପୁଣି ଥରେ ବିବାହ କରିଥିଲେ । ଏହା ପରେ ଅଭିଯୁକ୍ତଙ୍କ ବ୍ୟବହାର ବଦଳିଯାଇଥିଲା । ସେ ନିଜ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାରିଦେବାକୁ ଧମକ ଦେଇଥିଲେ । ଆଉ ଯେତେବେଳେ ଯୁବତୀ ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ହିନ୍ଦୁ ଝିଅ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ମିଛରେ ଫସେଇ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking