32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଫସିଗଲେ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ବନ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଫସିଗଲେ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ୟାରେ ପ୍ରଭାବିତ ଅଂଚଳରେ ଫସିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ନିଜେ ଫସିଗଲେ ଓ ତାଙ୍କୁ ଏୟାରଲିଫ୍ଟ ହେବାକୁ ପଡିଥିଲା । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ବନ୍ୟା ପ୍ରଭାବିତ ଦତିୟା ଜିଲ୍ଲାର ସର୍ବେକ୍ଷଣ ମଧ୍ୟରେ ଜଣାପଡିଥିଲା ଯେ ୯ ଜଣ ବ୍ୟକ୍ତି ଛାତ ଉପରେ ଫସି ରହିଛନ୍ତି । ଚାରିପଟୁ ଘର ପାଣିରେ ଆଚ୍ଛାଦିତ ହୋଇ ରହିଛି । ଛାତ ଛାଡି ଘର ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇସାରିଛି । ନରୋତ୍ତମ ମିଶ୍ର ହେଉଛନ୍ତି ସ୍ଥାନୀୟ ବିଧାୟକ । ଏହା ଜାଣିବା ପାଇଁ ମିଶ୍ରା ଯେଉଁ ଏସଡିଆରଏଫର ଏକ ବୋଟରେ ଥିଲେ କିଛି କର୍ମୀଙ୍କ ସହ , ଅତ୍ୟଧିକ ପବନ  ଓ ପାଣି ପରେ ବି ଲୋକଙ୍କ ନିକଟରେ ପହଂଚିବା ରେ ସଫଳ ହୋଇଥିଲେ । ହେଲେ ଏହା ପୂର୍ବରୁ ମନ୍ତ୍ରୀ ଫସିଥିବା ଲୋକଙ୍କୁ ବ୍ୟବସ୍ଥା କରିବେ କଣ ଗୋଟିଏ ଗଛ ଭାଙ୍ଗିଯାଇ ବୋଟ ଉପରେ ପଡିଗଲା, ଯାହା ପରେ ମୋଟର ଚାଲୁ ହୋଇପାରିନଥିଲା ।

କିଛି ସମୟ ପରେ ସ୍ଥାନୀୟ ପ୍ରଶାସନ ସହ ସଂପର୍କ ପରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ତାଙ୍କୁ ଓ ଅନ୍ୟ ୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ପହଂଚିଥିଲା । ସମସ୍ତଙ୍କୁ ଉଦ୍ଧାର କରିବା ପରେ ଭାରତୀୟ ବାୟୁସେନାର ଯବାନ ଏକ ରସି ତଳେ ପକାଇଥିଲେ, ଯାହାପରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ସୁରକ୍ଷିତ ଭାବରେ ଉପରକୁ ଅଣାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking