38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶ୧୫ରେ ଶେଷ ହେବ ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଗ୍ରାହକଙ୍କ ପ୍ରତୀକ୍ଷା

୧୫ରେ ଶେଷ ହେବ ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଗ୍ରାହକଙ୍କ ପ୍ରତୀକ୍ଷା

ନୂଆଦିଲ୍ଲୀ : ଅଗଷ୍ଟ ୧୫ରେ ବଜାରରେ ଉପଲବ୍ଧ ହେବ ଓଲା ଇଲେକ୍ଟ୍ରିକ୍ ସ୍କୁଟର । କମ୍ପାନି ଏହି ଦିନ ହିଁ ଘରୋଇ ବଜାରକୁ ଏହାର ଇ-ସ୍କୁଟର୍‌ ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ଓଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ର ସିଇଓ ଭାବେଶ ଅଗ୍ରୱାଲ ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ଅଗ୍ରୱାଲ ଟ୍ୱିଟ୍‌ କରି କହିଛନ୍ତି, ଅଗଷ୍ଟ ୧୫ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇ-ସ୍କୁଟର୍‌ର ବଜାର ପ୍ରବେଶ କରାଯିବ ।

ଏହି ସମୟରେ ସ୍କୁଟର୍‌ ବାବଦରେ ସମସ୍ତ ବିବରଣୀ ଓ ବୈଶିଷ୍ଟ୍ୟ ସଂକ୍ରାନ୍ତରେ ସୂଚନା ଦିଆଯିବ । ଓଲା ଇ-ସ୍କୁଟର୍‌ ୧୦ଟି ରଙ୍ଗ ବିକଳ୍ପରେ ବଜାରକୁ ଆସିବ । ଏଥିରେ ବ୍ଲାକ୍‌, ହ୍ୱାଇଟ୍‌, ଗ୍ରେ, ୟେଲୋ, ରେଡ୍‌, ବ୍ଲୁ ଏବଂ ଏଗୁଡ଼ିକର ବିଭିନ୍ନ ସେଡ୍‌ସ ବି ସାମିଲ ରହିଛି । କମ୍ପାନି ଜୁଲାଇ ୧୫ରୁ ଏହାର ଆଗୁଆ ବୁକିଙ୍ଗ୍‌ ୪୯୯ ଟଙ୍କାରୁ ଆରମ୍ଭ କରିଥିଲା, ଯାହା କି ଫେରସ୍ତଯୋଗ୍ୟ ।

ବୁକିଙ୍ଗ୍‌ ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବୁକିଙ୍ଗ୍‌ ମିଳିଥିଲା । ଓଲା ଇ-ସ୍କୁଟର୍‌ର ଦାମ ୮୫ହଜାର ଟଙ୍କା ହୋଇପାରେ । କିନ୍ତୁ ସବ୍‌ସିଡିକୁ ମିଶାଇ ଏହି ଦର ରହିବ କି ନାହିଁ ତାହା ଜଣାପଡ଼ି ନାହିଁ । ରିପୋର୍ଟ ମୁତାବକ ଏଥିରେ ଯେଉଁ ବ୍ୟାଟେରି ଓ ମୋଟର ବ୍ୟବହାର କରାଯାଇଛି, ତାହାର ଦାମ ୮୫ହଜାର ଟଙ୍କା ପର୍ଯ୍ୟନ୍ତ ରହିପାରେ । ଥରେ ଚାର୍ଜ ହେଲେ ଏହା ୧୫୦ କିଲୋମିଟର ବାଟ ଚାଲିପାରିବ । ଏହାର ସର୍ବାଧିକ ବେଗ ଘଣ୍ଟା ପିଛା ୯୦ କିମି ରହିବ ବୋଲି କମ୍ପାନୀ ଦାବୀ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking