33.1 C
Bhubaneswar
Saturday, April 27, 2024
Homeଓଡିଶାବାହାର ରାଜ୍ୟରୁ ମାଲକାନଗିରି ଆସିଲେ  ହୋମ ଆଇସୋଲେସନ ବାଧ୍ୟତାମୂଳକ

ବାହାର ରାଜ୍ୟରୁ ମାଲକାନଗିରି ଆସିଲେ  ହୋମ ଆଇସୋଲେସନ ବାଧ୍ୟତାମୂଳକ

ମାଲକାନଗିରି  : ବାହାର ରାଜ୍ୟରୁ ମାଲକାନଗିରି ଜିଲ୍ଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଗୃହ ସଂଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଂଗରୋଧରେ ରହିବାକୁ ଜିଲ୍ଲାପାଳ ଡ.ୱାଇ. ବିଜୟ ଏନେଇ ଏକ ଗାଇଡ ଲାଇନ ପ୍ରସ୍ତୁତି କରିଛନ୍ତି। ଜିଲ୍ଲାରେ ବଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ବଡ ଯାତ୍ରା ସମୟରେ ଜିଲ୍ଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି ।

ତେବେ ଅନ୍ୟ ରାଜ୍ୟରେ ବର୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଠିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଯେକୌଣସି ବ୍ୟକ୍ତି ଯଦି ବାହାର ରାଜ୍ୟରୁ ମାଲକାନଗିରି ଆସୁଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଗଅଡ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ,  ବଡଯାତ୍ରା ପାଳନ ସମୟରେ କୋବିଡ଼ ସଂକ୍ରମଣକୁ ଆଶଙ୍କା କରି ଏଥି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ର ୯ ଘଟିକାଠାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ରାତ୍ର କାଳୀନ କର୍ଫ୍ୟୁ ଜାରୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking