34.1 C
Bhubaneswar
Thursday, May 9, 2024
Homeଜନ୍ମାଷ୍ଟମୀ-୨୦୨୩ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ଶୁଭ ମୂହୁର୍ତ୍ତ ଏବଂ ନିୟମ ବିଷୟରେ

ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ଶୁଭ ମୂହୁର୍ତ୍ତ ଏବଂ ନିୟମ ବିଷୟରେ

ବ୍ୟୁରୋ : ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରଣ କରିଥିଲେ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାର କମାଇବା ପାଇଁ ଏବଂ ସାଧୁସନ୍ଥଙ୍କ ରକ୍ଷା ପାଇଁ ଭଗବାନ ବିଷ୍ଣ ଧାରଣ କରିଥିଲେ କୃଷ୍ଣ ଅବତାର ।
କୃଷ୍ଣଙ୍କ ଜନ୍ମ ଦିବସକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବୋଲି କୁହାଯାଏ । ଜନ୍ମାଷ୍ଟମୀ କେବଳ ଭାରତରେ ନୁହେଁ ବରଂ ବିଦେଶରେ ବାସକରୁଥିବା ତଥା ପ୍ରବାସୀଭାରତୀୟମାନେ ମଧ୍ୟ ପୁରା ନିଷ୍ଠାର ସହ ପାଳନ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ପବିତ୍ର ଜନ୍ମାଷ୍ଟମୀ ସଂପର୍କରେ କିଛି ବିଶେଷ କଥା ।
ଜନ୍ମାଷ୍ଟମୀର ଶୁଭ ମୂହୁର୍ତ୍ତ ଏବଂ ନିୟମ:

• ଶାସ୍ତ୍ର ଅନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା । ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ୟ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥି ପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ ।
• ଏହି ପବିତ୍ର ପର୍ବରେ ପ୍ରଭୁଙ୍କ ଆରାଧନା ପାଇଁ ରାଜ୍ୟର ବିଭିନ୍ନ ଦେବାଳୟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।
• ରାତି ତମାମ୍ ଉଜାଗର ରହି ଅତ୍ୟନ୍ତ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ସ୍ମରଣ କରିବା ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନଟିକୁ ଅତ୍ୟନ୍ତ ଭକ୍ତିର ସହ ପାଳନ କରିଥାନ୍ତି ।
• ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୪ ତଥା ଆସନ୍ତା କାଲି ସଂଧ୍ୟା ୭ଟା ୪୫ ଘଟିକାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ୧୫ ଅଗଷ୍ଟ ସଂଧ୍ୟା ୫ଟା ୪୦ ଘଟିକା ପର୍ୟ୍ୟନ୍ତ ରହିବ । ମାତ୍ର କିଛି ସ୍ଥାନରେ ମଧ୍ୟ ୧୫ ଅଗଷ୍ଟକୁ ପ୍ରଭୁଙ୍କ ଜନ୍ମାଷ୍ଟମୀ ପାଳନ କରାଯାଉଛି । ତେବେ ବୈଶ୍ୟ ସଂପ୍ରଦାୟରେ ୧୫ ଅଗଷ୍ଟରେ ହିଁ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking