32.1 C
Bhubaneswar
Thursday, May 9, 2024
Homeହୋଲି/ ଦୋଳ ପୂର୍ଣ୍ଣିମାପ୍ରେମ-ଭାତୃତ୍ୱ ଓ ଭାଇଚାରର ପର୍ବ ହୋଲି

ପ୍ରେମ-ଭାତୃତ୍ୱ ଓ ଭାଇଚାରର ପର୍ବ ହୋଲି

ଭୁବନେଶ୍ୱର : ସବୁଠି ଅବୀରର ଛିଟା । ଏ ପର୍ବ ପ୍ରେମ-ଭାତୃତ୍ୱ ଓ ଭାଇଚାରର ପ୍ରତୀକ । ସେଥିପାଇଁ ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ । ସମଗ୍ର ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଅନ୍ୟତମ ହୋଲି । ବସନ୍ତ ଋତୁର ଏଇ ଖେଳକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସମସ୍ତେ ଉପଭୋଗ କରିଥାନ୍ତି । ଏଇ ପର୍ବରେ ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଫଗୁ ପୁନେଇଁଦିନ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚନା କରାଯାଏ । ଏଇ ପାଞ୍ଚଦିନ କାଳ ନାନାଦି ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଲାଗିରହେ । ପୁନେଇଦିନ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନମାନଙ୍କର ମନୋରମ ଶୋଭାଯାତ୍ରାକୁ ମେଲଣ କୁହାଯାଏ । ଓଡ଼ିଶା ଭଳି ସଂସ୍କୃତି ସମ୍ମନ ରାଜ୍ୟରେ ପ୍ରଭୁ ଦୋଳ ଗୋବିନ୍ଦ ପାଞ୍ଚ ଦିନ ଧରି ଗ୍ରାମ ଗ୍ରାମ ବୁଲି ଭୋଗ ଖାଇଥାନ୍ତି । ସଭିଙ୍କୁ ଆଶୀଷ ପ୍ରଦାନ କରିଥାନ୍ତି । ଶେଷରେ ଭକ୍ତଙ୍କ ଗହଳରେ ହୋଲି ଖେଳିଥାନ୍ତି । ଫଗୁ ରଙ୍ଗରେ ପ୍ରିୟଜନଙ୍କୁ ଭିଜାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking