29.1 C
Bhubaneswar
Thursday, May 9, 2024
Homeହୋଲି/ ଦୋଳ ପୂର୍ଣ୍ଣିମାଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ହୋଲି...

ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ହୋଲି…

ଭୁବନେଶ୍ୱର : ଭଗବାନ ଶିବ ଓ ପାର୍ବତୀଙ୍କ କଥା- ହୋଲି ପର୍ବ ପାଳନ କରାଯିବାରେ ଭଗବାନ ଶିବ ମାତାପାର୍ବତୀଙ୍କ ସମ୍ବନ୍ଧ ମଧ୍ୟ ସଂଯୁକ୍ତ ହୋଇଛି । ମାତା ପାର୍ବତୀ ହିମାଳୟର କନ୍ୟା ଥିଲେ, ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଭଗବାନ ଶିବ ସର୍ବଦା ତପସ୍ୟାରେ ମାତି ରହୁଥିଲେ । ଏହି ତପସ୍ୟା ସମୟରେ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିବା ମୁସ୍କିଲ୍‌ ହେବ । ସେତେବେଳେ ତାଙ୍କୁ ସାହଯ୍ୟ କରିବା ପାଇଁ କାମଦେବ ଆସିଲେ ଓ ପୁଷ୍ପ ବାଣ ଦ୍ୱାରା ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଦେଲେ ।
ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବାର ପରିଣାମ ସେ ହୁଏତ ଜାଣିନଥିଲେ, ଯେମିତି ଭଗବାନ ଶିବ ଆଖିଖୋଲିଲେ ସେ କାମଦେବଙ୍କୁ ଦେଖି ତାଙ୍କ ହରକତରେ ବହୁତ କ୍ରୋଧିତ ହେଲେ ଓ ତାଙ୍କର ତୃତୀୟ ଆଖି ଖୋଲି କାମଦେବଙ୍କୁ ଭସ୍ମ କରିଦେଲେ । କିନ୍ତୁ ଠିକ୍‌ ସେହି ସମୟରେ ମାତା ପାର୍ବତୀ ଆସି ପହଁଞ୍ଚିଲେ ଭଗବାନ ଶିବ ତାଙ୍କୁ ଦେଖି ଶାନ୍ତ ହୋଇଗଲେ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବକୁ ସ୍ୱୀକାର କଲେ । କୁହାଯାଏ କି ହୋଲି ପର୍ବରେ କାମବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରାଯାଏ । ଅନ୍ୟକଥାରେ ଅଛି ଯେ କାମଦେବ ଭସ୍ମ ହେବା ପରେ ତାଙ୍କ ପତ୍ନୀ ରତି ଭଗବାନ ଶିବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି କାମଦେବଙ୍କୁ ଜୀବତ କରିବା ପାଇଁ ପ୍ରାର୍ଥନା କରୁଥିଲେ । ଭଗବାନ ଶିବ ତାଙ୍କ ପୂଜାରେ ପ୍ରସନ୍ନ ହୋଇ କାମଦେବଙ୍କୁ ଜୀବତ କରିଥିଲେ । ଯେଉଁଦିନ ଏହି ସବୁ ହୋଇଥିଲା ସେହିଦିନ ଫାଲଗୁନମାସର ପୂର୍ଣ୍ଣିମାତିଥି ହୋଇଥିଲା । ସେହିିଦିନନ ହୋଲି ଉତ୍ସବ ପାଳନ କରାଯାଏ । ଲୋକମାନେ ଗୀତରେ ମାତିରୁହନ୍ତି ଓ ଅଗ୍ନିରେ ଚନ୍ଦନର କାଠ ଦିଆଯାଏ, ଯାହାକି କାମଦେବ ଜଳିଯାଇଥିବା କଷ୍ଟପୀଡାରୁ ମୁକ୍ତି ମିଳେ । କୁହାଯାଏ କି କାମଦେବ ପୁଣି ଜୀବିତ ହେବାର ଖୁସିରେ ପରଦିନ ରଙ୍ଗହୋଲି ଖେଳିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking