ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ଶେଷ ହେବାକୁ ୨ ମାସ ପୂରିବାକୁ ବସିଲାଣି । ହେଲେ ଏବେ ନିର୍ବାଚନୀ ବିବାଦ ଲାଗି ରହିଛି । ଏହାରି ଭିତରେ ରାଜ୍ୟର ୩ଜଣ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି । ନିର୍ବାଚନୀ ଅନିୟମିତତା ମାମଲାରେ ସମ୍ପୃକ୍ତ ୩ ଜଣ ବିଧାୟକଙ୍କୁ ନୋଟିସ କରାଯାଇଛି । ସମ୍ପୃକ୍ତ ୩ ଜଣ ବିଧାୟକ ହେଲେ ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ପାତ୍ର ଓ ବ୍ୟୋମକେଶ ରାୟ । ଜାରି ନୋଟିସର ଜାବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି ।