ଭୁବନେଶ୍ୱର : ରାଜ୍ୟ ସରକାର ଏବେ ଉତ୍ତରପ୍ରଦେଶରୁ ଆଳୁ ଆଣି ବଜାରକୁ ଛାଡ଼ିଛନ୍ତି । ତଥାପି ଉତ୍ତରପ୍ରଦେଶ ଆଳୁ ବଜାର ଚାହିଦା ମେଣ୍ଟାଇ ପାରୁନି । ଏହାରି ଭିତରେ ଦରକାର ପଡ଼ିଲେ ରାଜ୍ୟ ସରକାର ପଞ୍ଜାବରୁ ଆଣିପାରନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଅଣାଯାଉଛି । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ । ଓଡ଼ିଶାରେ ୟୁପି ଆଳୁ ବି୍ରକି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗର ବ୍ଲାକମେଲର ଶିକାର ନହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।