31.1 C
Bhubaneswar
Tuesday, May 7, 2024
Homeବଲିଉଡନାୟିକା ଆଦା ଶର୍ମା ପିନ୍ଧିଛିନ୍ତି ୧୫ ଟଙ୍କିଆ ଶାଢ଼ି

ନାୟିକା ଆଦା ଶର୍ମା ପିନ୍ଧିଛିନ୍ତି ୧୫ ଟଙ୍କିଆ ଶାଢ଼ି

ମୁମ୍ବାଇ : ଏବେ ‘ଦି କେରଲା ଷ୍ଟୋରି’ର ନାୟିକା ଆଦା ଶର୍ମାଙ୍କ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଦା ଭିଡ଼ିଓରେ ୧୫ ଟଙ୍କିଆ ଶାଢ଼ି ପିନ୍ଧିଛନ୍ତି। ଅଭିନେତ୍ରୀ ଏ ସମ୍ପର୍କରେ ନିଜେ ସୂଚନା ପ୍ରଦାନ ମଧ୍ୟ କରିଛନ୍ତି। ଏହି ଶାଢ଼ି ତାଙ୍କ ମା’ଙ୍କ ମା’ ଅର୍ଥାତ୍ ଜେଜେମାଙ୍କର। ଏହି ସୁନ୍ଦର ଶାଢ଼ି ପିନ୍ଧିଥିବା ଆଦାଙ୍କୁ ପେପରାଜିରେ ଦେଖିବାକୁ ମିଳୁଛି। ଜଣେ ୟୁଜର ଏହି ସୁନ୍ଦର ଶାଢ଼ିର ଦାମ୍ କେତେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଦା ଯାହା କହିଥିଲେ ତାହା ସମସ୍ତଙ୍କୁ ଚକିତ କରିଥିଲା। ଆଦା କହିଥିଲେ ଏହାର ମୂଲ୍ୟ ମାତ୍ର ୧୫ ଟଙ୍କା। ତେବେ ଏହା ବହୁ ପୁରୁଣା ଶାଢ଼ି ବୋଲି ସେ କହିଥିଲେ। ଶାଢ଼ିର ଦାମ୍ କମ୍ ଥିଲେ ମଧ୍ୟ ଏହାର ଗୁରୁତ୍ବ ଆଦାଙ୍କ ପାଇଁ ଅଧିକ ବୋଲି ସେ କହିଛନ୍ତି। ଆଦା କହିଛନ୍ତି ଜେଜେମା ତ ନାହାନ୍ତି , କିନ୍ତୁ ତାଙ୍କର ଶାଢ଼ି ରହିଛି। ଏହା କହିବା ସହିତ ଆଦା ଭାବୁକ ହୋଇ ଯାଇଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଜଣେ ୟୁଜର ଲେଖିଛନ୍ତି ଏବେ ଏହି ଶାଢ଼ିର ଦାମ୍ ୧୦୦୦ ଟଙ୍କାରୁ କମ୍ ହେବ ନାହିଁ। ଅନ୍ୟ ଜଣେ ପ୍ରଶ୍ନ କରିଛନ୍ତି ସେ‌ତେବେଳେ ବ୍ଲାଉଜ୍ କ’ଣ ଏତେ ଷ୍ଟାଇଲିସ୍ ଥିଲା ? ଅନ୍ୟ ୟୁଜରମାନେ ଆଦାଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ଆଦାଙ୍କ ମନ୍ତବ୍ୟ ନେଇ ବହୁ ୟୁଜର ମଧ୍ୟ ଭାବୁକ ହୋଇ ପଡ଼ିଛନ୍ତି। ଆଦାଙ୍କ ଚିନ୍ତାଧାରା ନେଇ ୟୁଜର ସକାରାତ୍ମକ କମେଣ୍ଟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking