30.1 C
Bhubaneswar
Tuesday, May 28, 2024
Homeମନୋରଞ୍ଜନସଲମାନଙ୍କ ନାଁ ଶୁଣି ଭଡକିଲେ ମଲାଇକା

ସଲମାନଙ୍କ ନାଁ ଶୁଣି ଭଡକିଲେ ମଲାଇକା

ମୁମ୍ୱାଇ: ଏବେ ବେଶ୍ କିଛି ଦିନରୁ ହେଡଲାଇନରେ ଅଛନ୍ତି ସଲମାନଙ୍କ ଏକ୍ସଭାଉଜ ନିଜର ବ୍ୟକ୍ତଗତ ଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି ମଲାଇକା ଅରୋରା ପୂର୍ବରୁ ଅରବାଜ ଖାନ ଏବଂ ମଲାଇକା ଅରୋରା ବଲିଉଡର ପାଓ୍ବାର କପଲ୍ ଭାବରେ ବେଶ୍ ପରିଚିତ ଥିଲେ କିନ୍ତୁ ଏବେ ଏମାନେ ଅଲଗା ହୋଇଯାଇଛନ୍ତି

ମଲାଇକା ଅର୍ଜୁନ କପୁରଙ୍କ ସହ ରିଲେସନରେ ରହୁଥିବା ବେଳେ ଦୁହିଁଙ୍କ ବିବାହ ଚର୍ଚ୍ଚାକୁ ନେଇ ସବୁବେଳେ ଇଣ୍ଡଷ୍ଟ୍ରି ସରଗରମ ନିକଟରେ ନିଜର ଲାଇଭ୍ ଶୋକୁ ନେଇ ବେଶ୍ ଲୋକଲୋଚନକୁ ଫେରିଥିଲେ ମଲାଇକା ଏବେ ନିଜର ବୟାନକୁ ନେଇ ଫ୍ୟାନ୍ସଙ୍କୁ ଆଟ୍ରାକ୍ଟ କରିବାକୁ ପ୍ରୟାସ କରିଛନ୍ତି

ପ୍ରାୟତଃ ଇଣ୍ଡଷ୍ଟ୍ରିରେ ଶୁଣିବାକୁ ମିଳିଥାଏ ଯେ ମଲାଇକାଙ୍କ କ୍ୟାରିଅର କରିବା ପଛରେ ବଡ ହାତ ରହିଛି ସଲମାନଙ୍କର କିନ୍ତୁ ଏହି କଥାରେ ଏବେ ଭଡକି ଯାଇଛନ୍ତି ମଲାଇକା ଅରୋରା କଥା କଣ କି ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ମଲାଇକାଙ୍କୁ ଟାର୍ଗେଟ କରିଥିଲେ ସେ କହିଛନ୍ତି ଯେ ମଲାଇକା ସଲମାନଙ୍କ ପରିବବାରର ହୋଇଥିବାରୁ ତାଙ୍କୁ ଟିଭି ଶୋରେ ଆଇଟମ ଗର୍ଲର ଟ୍ୟାଗ ମିଳିଛି ସେ ଖାନ ପରିବାର ସହ ଥିବାରୁ ଇଣ୍ଡଷ୍ଟ୍ରିରେ ଅନେକ ସୁଯୋଗ ପାଇଛନ୍ତି

ବାସ୍ ଏତିକିରେ ରାଗି ଯାଇଛନ୍ତି ମଲାଇକା ସେ ରାକ୍ଷୀଙ୍କୁ ମୁଁତୋଡ ଜବାବ ଦେଇଛନ୍ତି ସେ କହିଛନ୍ତି ଯେ ଯଦି ସଲମାନଙ୍କ ଯୋଗୁଁ ତାଙ୍କୁ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଛି ତେବେ ତେବେ ସେ ସଲମାନଙ୍କ ପ୍ରତ୍ୟେକ ଫିଲ୍ମରେ ଆଇଟମ୍ ଗୀତ କରିବା ଉଚିତ୍ ମଲାଇକା ଆହୁରି ମଧ୍ୟ କହିଛନ୍ତି, ‘ମୁଁ ନିଜେ ତିଆରି ହୋଇଛି ଏବଂ ସଲମାନ ଖାନ ମୋତେ ତିଆରି କରିନାହାଁନ୍ତି  ତେବେ କହିବାକୁ ଗଲେ ମଲାଇକା ନିଜର ଶୋମୁଭିଙ୍ଗ୍ ଇନ୍ ଉଇଥ୍ ମଲାଇକାରେ ନଜର ଆସିବେ ଏହାକୁ ଡିଜନି ପ୍ଲସ୍ ହଟଷ୍ଟାରରେ ଦେଖିପାରିବେ ଫ୍ୟାନ୍ସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking