28.1 C
Bhubaneswar
Friday, March 29, 2024
Homeମନୋରଞ୍ଜନହାପି ବାର୍ଥ ଡେ କାଜୋଲ, ରାତି ୧୨ରେ ନିଦରୁ ଉଠାଇ ଏପରି ଖାସ୍‌ ଅନ୍ଦାଜରେ ଓ୍ଵିସ୍‌...

ହାପି ବାର୍ଥ ଡେ କାଜୋଲ, ରାତି ୧୨ରେ ନିଦରୁ ଉଠାଇ ଏପରି ଖାସ୍‌ ଅନ୍ଦାଜରେ ଓ୍ଵିସ୍‌ କଲେ ଅଜୟ ଦେବଗନ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲଙ୍କର ଆଜି ହେଉଛି ଜନ୍ମଦିନ। କାଜୋଲ ଆଜି ନିଜର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ଷ ୧୯୭୪ରେ ଜନ୍ମ ହୋଇଥିବା କାଜୋଲ ବଲିଉଡର ଜଣେ ସୁନ୍ଦରୀ ଅଭିନେତ୍ରୀ, ଯିଏ କି ବଲିଉଡକୁ ବହୁତ ଗୁଡିଏ ହିଟ୍‌ ଫିଲ୍ମ ଦେଇଛନ୍ତି। ଏହାବ୍ୟତୀତ ସେ ଜଣେ ସ୍ତ୍ରୀ ଏବଂ ମାଆ ବି। କାଜୋଲ ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କ ଯୋଡିକୁ ବଲିଉଡରେ ବହୁତ ପସନ୍ଦ କରାଯାଏ। ଆଉ ଆଜି ଅଜୟନ ଦେବଗନ କାଜୋଲଙ୍କୁ ବହୁତ ସୁନ୍ଦର ଅନ୍ଦାଜରେ ଜନ୍ମଦିିନର ଶୁଭେଚ୍ଛା ଜଣାଇଛନ୍ତି।

ଅଜୟ ଦେବଗନ ରାତି ଠିକ ୧୨ଟାରେ ଇନଷ୍ଟାଗ୍ରାମରେ ଏକ ବହୁତ ସୁନ୍ଦର ଭିଡିଓ ସେୟାର କରିଛନ୍ତି, ଯାହା କାଜୋଲଙ୍କ ଫଟୋକୁ ନେଇ ବନାଯାଇଛି। ଭିଡିଓର ଆରମ୍ଭ ଏକ ଫୋନ୍‌ କଲରୁ ହେଉଛି। ଦେଖିବାକୁ ମିଳୁଛି ଯେ ମୋବାଇଲରେ କାଜୋଲଙ୍କର ଫୋନ୍‌ ଆସୁଛି ଏବଂ ତାପରେ ଅଚାନକ କାଜୋଲଙ୍କ ବହୁତ ସାରା ଫଟୋ ଦେଖାଯାଉଛି। ତେବେ ଏହି ଭିଡିଓରେ କାଜୋଲ ରେଡ କଲରର ଥାଇ ଆଇ ସ୍ଲିଟ ଡ୍ରେସରେ ବହୁତ ସୁନ୍ଦର ଲାଗୁଛନ୍ତି।

ଅଜୟ ଦେବଗନ ନିଜ ପୋଷ୍ଟ ସହିତ ଏକ ବହୁତ ବଢ଼ିଆ କ୍ୟାପ୍ସନ ବି ଦେଇଛନ୍ତି। ତେବେ କାଜୋଲଙ୍କର କ୍ୟାରିୟରଙ୍କ ବିଷୟରେ କଥା ହେବା ତ ଅଭିନେତ୍ରୀ ଯେତେବେଳେଳ ଫିଲ୍ମୀ ଦୁନିଆରେ ପାଦ ରଖିଥିଲେ ସେତେବେଳେ ସେ ମାତ୍ର ୧୬ ବର୍ଷରେ ଥିଲେ। କାଜୋଲଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ବେଖୁଦୀ’, ଯାହା ବକ୍ସ ଅଫିସରେ ଏତେଟା କମାଲ ଦେଖାଇନଥିଲା। କିନ୍ତ କାଜୋଲଙ୍କ ଅଭିନୟକୁ ସମସ୍ତ ପସନ୍ଦ କଲେ। ଯାହା ପରେ ତାଙ୍କ ପାଖକୁ ଫିଲ୍ମର ଲାଇନ୍‌ ଲାଗିଲା। ତେବେ ତାଙ୍କ ଜନ୍ମଦିନରେ ତାଙ୍କୁ ହାପି ବାର୍ଥ ଡେ ଜଣାଛି କେନ୍ୟୁଜ ପରିବାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking