27.1 C
Bhubaneswar
Thursday, October 6, 2022
Homeଓଡିଶାସିବିଆଇ ଅଫିସରେ ମହିମା ମିଶ୍ର

ସିବିଆଇ ଅଫିସରେ ମହିମା ମିଶ୍ର

ଭୁବନେଶ୍ୱର: ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଶିଳ୍ପପତି ମହିମା ମିଶ୍ର । ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ଏହା ସହ ଆଇନ ଉପରେ ମୋର ଶତ ପ୍ରତିଶତ ଭରସା ଅଛି ବୋଲି ସେ କହିଛନ୍ତି ।

ତେବେ ମହିମାଙ୍କୁ ଗତକାଲି ପାରାଦୀପ ବନ୍ଦର ଗେଷ୍ଟ ହାଉସରେ ୬ ଘଣ୍ଟା ଧରି ସିବିଆଇ ଜେରା କରିଥିଲା । ସେହିପରି ଭୁବନେଶ୍ୱର ସିବିଆଇ ଅଫିସରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ପୁଅ ଚନ୍ଦନ ମିଶ୍ରଙ୍କୁ ପଚରାଉଚରା କରିଥିଲା ସିବିଆଇ। ଉଭୟଙ୍କୁ ୨୫ ଲକ୍ଷ ଟଙ୍କା ଲିଙ୍କ୍‌ ନେଇ ଜେରା କରାଯାଇଥିବା ଅନୁମାନ କରାଯାଉଛି ।

ଗତକାଲି ସକାଳେ ସିବିଆଇ ଟିମ୍ ମହିମାଙ୍କ କଟକ ଘର, ଅଫିସ୍ ଓ ପାରାଦୀପ ଅଫିସରଆ ରେଡ୍ କରିଥିଲା। ଏହା ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ ଏବଂ OSLର ଠିକା କର୍ମଚାରୀ ସୁମନ୍ତ ରାଉତଙ୍କୁ ବି ପାରାଦୀପରୁ ଉଠାଇ ନେଇ ପଚରାଉଚରା କରିଥିଲା ସିବିଆଇ।

କୋଲ୍ ମାଇନିଂ କମ୍ପାନି KCT ସହ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିଅର ସରୋଜ ଦାସଙ୍କ ବିବାଦ ଥିଲା। ଏହାକୁ ସମାଧାନ କରିବାକୁ KCTର କୋଲ୍ ହାଣ୍ଡଲିଂ ଏଜେଣ୍ଟ ୨୫ ଲକ୍ଷ ଟଙ୍କା ସରୋଜଙ୍କୁ ଦେଇଥିବା ଚର୍ଚ୍ଚା ହେଉଥିଲା। ଓଏସ୍ଏଲ୍ ଠିକା କର୍ମଚାରୀ ସମନ୍ତ ରାଉତ ଜରିଆରେ ଏହି ଲାଞ୍ଚ ଟଙ୍କା ନେଇଥିବା କୁହାଯାଉଛି। ଘଟଣାକୁ ନେଇ ସିବିଆଇ, ଓଏସ୍ଏଲ୍, KCT କିମ୍ବା ସରୋଜ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

ଆଜିଠୁ ପ୍ରବଳ ବର୍ଷିବ, ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking