27.8 C
Bhubaneswar
Thursday, July 9, 2026
Homeଓଡିଶାଗୁଣି ଗାରେଡ଼ିକୁ ନେଇ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଗୁଣି ଗାରେଡ଼ିକୁ ନେଇ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଝାରସୁଗୁଡ଼ା: ୨୦୧୭ ମସିହା ମାର୍ଚ୍ଚ  ୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗ୍ରାମରେ ଜଣେ ଅସୁସ୍ଥ କଲେଜ ଛାତ୍ରୀଙ୍କ ଚିକିତ୍ସା କରିବାକୁ ଯାଇ ତାଙ୍କ ଉପରେ ଶିବ ତାଣ୍ଡବ ନୃତ୍ୟ କରାଯାଇଥିଲା। ଏହି ଘଟଣାରେ ଯୁବତୀ ସଂଯୁକ୍ତା ଜୟପୂରିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଶିବ ତାଣ୍ଡବ କରିଥିବା ୨ ଯୁବତୀ, ତାଙ୍କର ୩ ସହଯୋଗୀ ଓ ଛାତ୍ରୀଙ୍କ ବାପ ମାଙ୍କୁ ଗିରଫ କରିଥିଲା। ଆଜି ଝାରସୁଗୁଡ଼ା ଏଡିଜେ କୋର୍ଟ ଏହି ମାମଲାର ଶୁଣାଣି କରିବା ସହ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଉକ୍ତ ୨ ଯୁବତୀଙ୍କ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଛାତ୍ରୀଙ୍କ ବାପ ମା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking