27.8 C
Bhubaneswar
Thursday, July 9, 2026
Homeଓଡିଶାରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ

ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟଗୁଡ଼ିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର, କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଯାଜପୁର ଜିଲ୍ଲାର ରସୁଲପୁର, କୋରେଇ ଓ ଧର୍ମଶାଳା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ, କନ୍ଧମାଳ ଜିଲ୍ଲାର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡ଼ା, ଭଦ୍ରକ ଜିଲ୍ଲାର ତିହିଡ଼ି, ମାଲକାନଗିରି ଜିଲ୍ଲାର ଖଇରପୁଟ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଏବଂ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଧରାକୋଟ ଓ ଗଞ୍ଜାମରେ କାର୍ଯ୍ୟକ୍ଷମ ହେବ।  ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟଗୁଡ଼ିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।  ଏହି ତିନୋଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍‌ ସିଭିଲ୍‌ ଜଜ୍‌ କୋର୍ଟଗୁଡ଼ିକର ଅଧିକାର ସମାପ୍ତ ହେଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking