29.1 C
Bhubaneswar
Monday, May 6, 2024
Homeଓଡିଶା+୩ ସ୍ପଟ୍ ନାମଲେଖା ଲାଗି ଧାର୍ଯ୍ୟ ହେଲା ଗାଇଡଲାଇନ୍

+୩ ସ୍ପଟ୍ ନାମଲେଖା ଲାଗି ଧାର୍ଯ୍ୟ ହେଲା ଗାଇଡଲାଇନ୍

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡିକରେ +୩ ନାମଲେଖା ପ୍ରକ୍ରିୟାର ସବୁ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ବଳକା ସିଟ୍ ଲାଗି ସ୍ପଟ୍ ନାମଲେଖା ଶୁକ୍ରବାର ଉଭୟ ତାରିଖ ଏବଂ ଗାଇଡଲାଇନ୍ ଧାର୍ଯ୍ୟ ହୋଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଚିଠିରେ ଦର୍ଶାଯାଇଛି ଯେ, ଆସନ୍ତା ୪ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ସମସ୍ତ କଲେଜର ବଳକା ସିଟ୍‌ର ଯାଞ୍ଚ କରାଯିବ ।

୮ତାରିଖ ସନ୍ଧ୍ୟା ୫ଟାରେ ବଳକା ସିଟ୍‌ର ସଂଖ୍ୟା ୱେବସାଇଟ୍‌ରେ ଦର୍ଶାଯିବ ଅକ୍ଟୋବର ୯ରୁ ୧୭ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ୧୬, ୧୮, ୧୯, ୨୦ ଏବଂ ୨୧ ତାରିଖ ସକାଳ ୧୦ଟାରୁ ୫ଟା ମଧ୍ୟରେ ଆନେକ୍ସଚର ଫର୍ମ-ଏ କଲେଜର ଅଧ୍ୟକ୍ଷଙ୍କ ପାଖରେ ଆବେଦନକାରୀମାନେ ଦାଖଲ କରିବେ । ଅକ୍ଟୋବର ୨୪ରୁ ୨୭ତାରିଖ ପର୍ଯ୍ୟନ୍ତ ଫି ଦାଖଲ ଏବଂ ୨୭ ଏବଂ ୨୮ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ନାମଲେଖା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking