29.1 C
Bhubaneswar
Sunday, May 19, 2024
Homeଓଡିଶାକୁଖ୍ୟାତ ନିଶାବେପାରୀ ଷ୍ଟାରପିଣ୍ଟୁ ଗିରଫ

କୁଖ୍ୟାତ ନିଶାବେପାରୀ ଷ୍ଟାରପିଣ୍ଟୁ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବ୍ରାଉନସୁଗର କାରବାର କରୁଥିବା ଜଣେ ଯୁବକକୁ ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଭୀମଟାଙ୍ଗି ଅଞ୍ଚଳର ପ୍ରଦୀପ୍ତ କୁମାର ସାହୁ ଓରଫ ଷ୍ଟାରପିଣ୍ଟୁ(୨୮) । ତା’ ଠାରୁ ୭୩ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଯାହାର ବଜାର ମୂଲ୍ୟ ୭ଲକ୍ଷ ଟଙ୍କା । ଏହାସହ ନଗଦ ୬ହଜାର ଟଙ୍କା ଓ ୨ଟି ମୋବାଇଲ ଜବତ କରାଯାଇଛି । ଏନେଇ ପୁଲିସ କେସ୍ ନଂ ୨୫୭/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଶୁକ୍ରବାର କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ଭୀମଟାଙ୍ଗି ଅଞ୍ଚଳରେ ଷ୍ଟାରପିଣ୍ଟୁ ସବୁବେଳେ ନିଶାବେପାର କରେ । ଗୁରୁବାର ରାତିରେ ଭୀମଟାଙ୍ଗି ବିଡ଼ିଏ ପାର୍କ ନିକଟରେ ସେ ବ୍ରାଉନସୁଗର ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲା । ଏସମ୍ପର୍କରେ ଖବରପାଇ ପୁଲିସ ସେଠାରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ପିଣ୍ଟୁ ଦୌଡ଼ିବାରେ ଲାଗିଲା । ଏହାପରେ ପୁଲିସ ଟିମ୍ ତାକୁ ଗୋଡ଼ାଇ ଧରିଥିଲେ । ତାକୁ ଯାଞ୍ଚ କରିବାରୁ ବ୍ରାଉନସୁଗର ମିଳିଥିଲା । ଏହାପରେ ତାକୁ ଗିରଫ କରି ଥାନାକୁ ଅଣାଯାଇଥିଲା ।

-ଟାର୍ଗେଟ୍‌ରେ କଲେଜ ପଢ଼ୁଆ ଛାତ୍ର
ଷ୍ଟାରପିଣ୍ଟୁ ରାଜଧାନୀର ବିଭିନ୍ନ କଲେଜ ନିକଟକୁ ଯାଇ ବେପାର କରୁଥିଲା । ବିଶେଷକରି ଯୁବପୀଢ଼ିଙ୍କୁ ବ୍ରାଉନସୁଗର ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା । ଭୀମଟାଙ୍ଗି ଅଞ୍ଚଳରେ ଷ୍ଟାରପିଣ୍ଟୁ ନିଶାବେପାର କରି ଆଡ୍ଡା ଜମାଇଥିଲା । ତେଣୁ ତାକୁ ଧରିବା ପାଇଁ ସ୍ଥାନୀୟଲୋକ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

-ଥାନାରେ ୧୭ଟି ଅପରାଧିକ ମାମଲା
ଷ୍ଟାରପିଣ୍ଟୁର ଅନ୍ୟନାମ ଗେଡ଼ା । ସ୍ଥାନୀୟ ଅଞ୍ଚଳରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ସେ ସମ୍ପୃକ୍ତ ଅଛି । ବେଆଇନ ବନ୍ଧୁକ ରଖିବା ଠାରୁ ଆରମ୍ଭ କରି ବୋମାମାଡ଼ ଘଟଣାରେ ତା’ର ସମ୍ପୃକ୍ତି ରହିଆସିଛି । ଷ୍ଟାରପିଣ୍ଟୁ ନାଁରେ ଏୟାରଫିଲ୍ଡ ଥାନାରେ ୩ଟି ମାମଲା, ଏୟାରପୋର୍ଟ ଥାନାରେ ୭ଟି, ସହିଦନଗର ଥାନାରେ ୧ଟି, ଖାରବେଳନଗର ଥାନାରେ ୧ଟି, କ୍ୟାପିଟାଲ ଥାନାରେ ୨ଟି, ଲକ୍ଷ୍ମୀସାଗର ଥାନାରେ ୧ଟି ଓ ନୟାପଲ୍ଲୀ ଥାନାରେ ୧ଟି ମାମଲା ରହିଛି । ତେବେ ଷ୍ଟାରପିଣ୍ଟୁ ନାଁରେ ଅନ୍ୟ କେଉଁଠି ମାମଲା ରହିଛି ନା ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking