30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବାଣ କାରଖାନାରେ ବିସ୍ଫୋରଣ, ୪ ମୃତ

ବାଣ କାରଖାନାରେ ବିସ୍ଫୋରଣ, ୪ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଶାମଲୀ ଜିଲ୍ଲାର କୈରାନାର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରଜଭାୟେ ନିକଟରେ ଥିôବା କାରଖାନାରେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ସେଠାରେ ଥିବା ବହୁ ସଂଖ୍ୟକ ଲୋକ ଏହାର ଶିକାର ହୋଇଥିଲେ । ଦୁର୍ଘଟଣାର ତୁରନ୍ତ ପରେ ଏସ୍‌ପି ଓ ଡିଏମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । କାରଖାନାର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀ ଅନୁସାରେ ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ଏହା ବହୁ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା ।

ଯେଉଁ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା ତାହା ଏକ ଆଚାର ଫ୍ର‌୍ୟାକ୍ଟ୍ରି ବୋଲି କୁହାଯାଉଛି । ଏପରି କ୍ଷେତ୍ରରେ ଫ୍ୟାକ୍ଟ୍ରିରେ ବେଆଇନ ଭାବେ ବାଣ ପ୍ରସ୍ତୁତ ହେଉଥିବା ସନ୍ଦେହ କରାଯାଉଛି । ସେହିପରି ଏହି ଫ୍ୟାକ୍ଟ୍ରିରେ ବହୁ ସଂଖ୍ୟାରେ ଲୋକ କାମ କରୁଥିଲେ। ତେବେ ଶୁକ୍ରବାର ଥିବାରୁ କେତେକ ଲୋକ କାମକୁ ଆସି ନଥିଲେ ।

ଏହା ପୂର୍ବରୁ ଗତବର୍ଷ କାନ୍ଧଲାରେ ଏକ ବାଣ କାରଖାନାରେ ବଡ଼ ଦୁର୍ଘଟଣା ହୋଇଥିଲା । ନିକଟରେ ପଞ୍ଜାବର କର୍ଣ୍ଣାଲ୍‌ର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ନଗଲା ଚୌକ ନିକଟରେ ଥିôବା ଏହି କାରଖାନାରେ ବାରୁଦ ଓ କେମିକାଲ ମିଶ୍ରଣଈ ବେଳେ ଜୋର୍‌ଦାର ବ୍ଲାଷ୍ଟ ହୋଇଥିଲା ଏବଂ ମିକ୍ସିଂ ୟୁନିଟ୍‌ର ଜଣେ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ବାରୁଦରେ ହୋଇଥିôବା ବିସ୍ଫୋରଣ ଏତେ ଜୋର୍‌ଦାର ଥିଲା ଯେ ପ୍ୟାକିଂ ୟୁନିଟ୍‌ର ଛାତ ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking