33.1 C
Bhubaneswar
Friday, April 26, 2024
Homeଓଡିଶାଛତର ଯାତ୍ରା ପାଇଁ ଜାରି ହେଲା ଗାଇଡଲାଇନ୍

ଛତର ଯାତ୍ରା ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର : ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ। ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି ହୋଇଛି । ଆସନ୍ତାକାଲି ମଧ୍ୟରାତ୍ରିରୁ ୨୫ ତାରିଖ ମଧ୍ୟରାତ୍ରୀ ଯାଏଁ ଭବାନୀପଟଣାରେ ଏହି କଟକଣା ଲାଗୁ ହେବ । ଏହି ସମୟରେ ସହରକୁ ଲୋକଙ୍କର ପ୍ରବେଶ ନିଷେଧ ରହିଛି । ୧୪୪ ଧାରା ଲାଗୁ ହେବା ସହ ପ୍ରବେଶ ପଥ ସିଲ୍ ହେବ । ଜରୁରୀ ସେବାକୁ ଛାଡ଼ି ଅନ୍ୟ କୌଣସି କାମ ପାଇଁ ନଆସିବାକୁ କୁହାଯାଇଛି । ଗାଇଡ୍‌ଲାଇନ୍‌ ଅନୁସାରେ, ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ପୌରାଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି।

ତେବେ ଚଳିତବର୍ଷ ବିନା ଭକ୍ତରେ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହେବ । ସୁରକ୍ଷା ଦୃଷ୍ଟିରୁ ସେଠାରେ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତାୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking