37.1 C
Bhubaneswar
Thursday, March 28, 2024
Homeଜୀବନଶୈଳୀମୁହଁରୁ କଳାଦାଗ ଦୂରେଇବେ କିପରି

ମୁହଁରୁ କଳାଦାଗ ଦୂରେଇବେ କିପରି

ଭୁବନେଶ୍ୱର : ସବୁବେଳେ ମୁହଁର ସୁନ୍ଦରତା ସବୁ ଝିଅମାନେ ଚାହାଁନ୍ତି । ମୁହଁରେ ଯେପରି କୌଣସି ଦାଗ, କଳା ଚିହ୍ନ କିବ୍ରଣ କିଛି ବି ଯେମିତି ନ ହେଉ, ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କସମେଟିକ ପଦାର୍ଥ ବ୍ୟବହାର କରନ୍ତି । ହେଲେ ପାଶ୍ୱ ପ୍ରତିକ୍ରିୟା ଯୋଗୁଁ ଏହାର କୁପ୍ରଭାବ ମୁହଁ ଉପରେ ପଡେ । ଫଳରେ ସୁନ୍ଦର ବଦଳରେ ଖରାପ ଦେଖାଯାଏ । ହେଲେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଟିପ୍ସ ଦେବୁ । ଯାହାକୁ ଆପଣେଇବା ଦ୍ୱାରା ଆପଣ ନିଜ ମୁହଁରେ ଚମକତା ଆଣିପାରିବେ ଏବଂ କଳା ଦାଗ ଚିନ୍ତାରୁ ମୁକ୍ତି ମଧ୍ୟ ପାଇବେ ।
ଦାଗ ଛଡ଼ାଇବା ପାଇଁ ଘିକୁଆଁରି ମଧ୍ୟ ଖୁବ୍‌ ଉପକାରୀ। ଏହା ଟିକେ ଅଠାଳିଆ ହୋଇଥିବାରୁ ଅନେକ ଲୋକେ ଶରୀରରେ ଘିକୁଆଁରି ଲଗାଇବାକୁ ପସନ୍ଦ କରିନଥାନ୍ତି। ମାତ୍ର ଘିକୁଆଁରି ଲଗାଇବା ଦ୍ୱାରା ଶହେ ପ୍ରତିଶତ ଦାଗ କମିଥାଏ।
ବେସନ ମଧ୍ୟ ଦାଗ ଛଡ଼ାଇବା ପାଇଁ ବରଦାନ ସଦୃଶ ହୋଇଥାଏ । ସିଧା ସଳଖ ବେସନରେ ପାଣି ମିଶାଇ ତ୍ୱଚା ଉପରେ ଏହାର ଲେପ ଦିଅନ୍ତୁ। ଦେଖିବେ ଦାଗ ଧୀରେ ଧୀରେ ଲିଭିଯିବ ।
ମହୁ ଗୋଲାପ ଜଳ କେବେ ଲଗାଇଛନ୍ତି? ଏହା କେବଳ ଦାଗ ଲିଭାଇବା ପାଇଁ ନୁହେଁ ବରଂ ତୋଫାପଣ ପାଇଁ ବି ଜରୁରୀ। ଏକ ଛୋଟ ପାତ୍ରରେ ସାମାନ୍ୟ ମହୁ ନିଅନ୍ତୁ। ସେଥିରେ ସାମାନ୍ୟ ଗୋଲାପ ଜଳ ମିଶାଇ ଦାଗ ଥିବା ସ୍ଥାନ କିମ୍ବା ନିଜ ମୁହଁରେ ଲଗାନ୍ତୁ।
ପଇଡ଼ ପାଣି ସବୁ ପ୍ରକାର ଦାଗ ଛଡ଼ାଇ ପାରେ। ତାହା କଳା ହେଉ କିମ୍ବା ଧଳା ଦାଗ ହେଉ। କଟା ଘା, ପୋଡ଼ା ଚିହ୍ନ ଏବଂ ବ୍ରଣ ଦାଗ ଆଦି ଛଡ଼ାଇବା ପାଇଁ ଆପଣ ପଇଡ଼ ପାଣି ବ୍ୟବହାର କରିପାରନ୍ତିି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking