38.1 C
Bhubaneswar
Tuesday, April 23, 2024
Homeଓଡିଶାଲୋକମାନଙ୍କ ସହିତ ଅସୁବିଧା ସମୟରେ ଛିଡା ହୁଅ

ଲୋକମାନଙ୍କ ସହିତ ଅସୁବିଧା ସମୟରେ ଛିଡା ହୁଅ

ନବରଙ୍ଗପୁର: ନବରଙ୍ଗପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କୁ ମାଲକାନଗିରି ର ନବ ନିଯୁକ୍ତ ବିଜୁ ଯୁବ ଓ ଛାତ୍ର ଜନତାଦଳ ର ସଭାପତି ଓ କର୍ମୀ ମାନେ ଗତ କାଲି ସାକ୍ଷାତକାର କରି ଥିଲେ । ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କୁ ମାଲକାନଗିରି ସ୍ଥିତ ସର୍କିଟ ହାଉସ ରେ ନବ ନିଯୁକ୍ତ ମାଲକାନଗିରି ଜିଲ୍ଲାର ବିଜୁ ଯୁବ ଜନତାଦଳର ସଭାପତି ଶ୍ରୀଯୁକ୍ତ ଆଡମା ରାବା ଓ ବିଜୁ ଛାତ୍ର ଜନତାଦଳର ସଭାପତି ଶ୍ରୀଯୁକ୍ତ ତାପସ ରଞ୍ଜନ ନାୟକ କର୍ମୀ ମାନଙ୍କ ସହ ସାକ୍ଷାତ କରିବା ସହ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ସାଂସଦ ବ୍ଲକ ଓ ପଞ୍ଚାୟତ ଏବଂ ମ୍ୟୁନିସିପାଲଟି ର ୱାର୍ଡ ସ୍ତରୀୟ କମିଟି ଗଠନ ନିମନ୍ତେ ପ୍ରାଧାନ୍ୟ ଦେବା ସହ ଯୁବ ଛାତ୍ର ଙ୍କୁ ଲୋକମାନଙ୍କ ସହିତ ସେମାନଙ୍କ ଅସୁବିଧା ସମୟରେ ଛିଡା ହେବାକୁ କହିଥିଲେ । ଏହା ସହ ମାଲକାନଗିରି ମ୍ୟୁନିସିପାଲିଟି ର ୱାର୍ଡ ରେ ଥିବା ତଥା ରାସ୍ତା,ପାନୀୟଜଳ ଯୋଗାଣ, ଆଲୋକୀକରଣ ଓ ସ୍ଵଚ୍ଛତା ଆଦି ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଇ ସେ ସବୁର ତୁରନ୍ତ ସମାଧାନ ନିମନ୍ତେ ଆଗାମୀ ଦିନରେ ଯୁବ ଓ ଛାତ୍ର ମାନଙ୍କୁ ୱାର୍ଡ ସ୍ତରରେ ସଂଗଠିତ କରି ସେମାନଙ୍କ ସହ ସବୁ ୱାର୍ଡ କୁ ନିଜେ ପରିଭ୍ରମଣ କରିବେ କହିବା ସହ । ସ୍ଥାନୀୟ ବସ୍ ଷ୍ଟାଣ୍ଡ ର ଅବ୍ୟବସ୍ଥା କଥା ଶୁଣି ତୁରନ୍ତ ମ୍ୟୁନିସିପାଲିଟି ର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ବାରିକ ଙ୍କୁ ଯୁବ ଓ ଛାତ୍ର ଟିମ୍ କୁ ନେଇ ସେ ସବୁର ପରିଦର୍ଶନ କରି ମାନ୍ୟବର ସାଂସଦ ଙ୍କୁ ଜଣାଇବା ଲାଗି କହିଥିଲେ । ବୈଠକ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ମାଡକାମୀ, ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା, ଯୁବ ନେତା ଜଗନ୍ନାଥ ମାଝୀ,ରାଜୁ ଶିଶା,ବିନୋଦ ଦେଶୀୟାନାୟକ,କଣ୍ଟେସ ପୋଟଲା, ମୋନାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking