28.1 C
Bhubaneswar
Friday, April 26, 2024
Homeଓଡିଶାଏ ଲକ ଡାଉନ ଟିକିଏ କଡା

ଏ ଲକ ଡାଉନ ଟିକିଏ କଡା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଲକ ଡାଉନ କଟକଣା ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସ୍ୱାଭାବିକ ସ୍ଥିତି ଫେରିନି । ସମସ୍ତଙ୍କୁ ସତର୍କ ହେବାକୁ ପଡିବ । ପୂର୍ବଠାରୁ ଏ ଲକ ଡାଉନ ଟିକେ କଡା, ସମସ୍ତଙ୍କୁ ମାନିବାକୁ ପଡିବ । ସପ୍ତାହାନ୍ତ ସଟ ଡାଉନ ଏହି ୫ଟି ସ୍ଥାନରୁ ଉଠିଯିବ । ଗ୍ରୋସରୀ, ପନିପରିବା ଦୋକାନ ଗୋଟାଏ ଯାଏ ଖୋଲିବ । ଘର ପାଖ ଦୋକାନରୁ କିଣନ୍ତୁ, ଦୂରକୁ କିଣିବାକୁ ଯାଆନ୍ତୁନି । ଅମାନିଆ ଲୋକ ବାଇକ ନେଇ କିଣିବାକୁ ଗଲେ, ବାଇକ ଜବତ ହେବ । ମେଡିକାଲ ଷ୍ଟାଫ୍ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ । ଓଷଧ ଦୋକାନ କର୍ମଚାରୀ ଟ୍‌ରେଡ ଲାଇସେନ୍ସ କପି ଦେଖାଇ ଯିବେ । ଗ୍ରୋସରୀ, ପରିବା ଦୋକାନୀଙ୍କ ଯାଆସ ପାଇଁ ହ୍ୱାଟସଆପ ଗ୍ରୁପ ହୋଇଛି । ଗଣମାଧ୍ୟମ କର୍ମଚାରୀ ପରିଚୟପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ । କେହି ଗଣମାଧ୍ୟମର ମିଛ ପରିଚୟପତ୍ର ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ବ୍ୟାଙ୍କ କର୍ମଚାରୀଙ୍କ ସଂଖ୍ୟା ୨୫ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି କମିଶନର କହିଛନ୍ତି । ବ୍ୟାଙ୍କ କର୍ମଚାରୀ ନିଜ ପରିଚୟ ପତ୍ର, କର୍ତୃପକ୍ଷଙ୍କ ଚିଠି ଦେଖାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking