33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ବିରୋଧରେ ଅଭିଯୋଗ ଆଣିଲା ବଜରଙ୍ଗ ଦଳ

ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ବିରୋଧରେ ଅଭିଯୋଗ ଆଣିଲା ବଜରଙ୍ଗ ଦଳ

ଭୁବନେଶ୍ୱର: ଜଣେ କଳାକାରର କଳାକାରିତା ସଦାସର୍ବଦା ଆମେ ରହୁଥିବା ସମାଜ ଉପରେ ପ୍ରଭାବ ପକାଇଥାଏ । ଓଡିଆ ସିନେ ଜଗତର ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ଅଭିନୟକୁ ବଜରଂଗଦଳ ସର୍ବଦା ସମ୍ମାନ ଦେଇ ଆସିଛି । କିନ୍ତୁ ଅଭିନୟ ଆଳରେ ପ୍ରଜ୍ଞାନ ସର୍ବଦା ହିନ୍ଦୁ ଦେବାଦେବୀଙ୍କୁ ଅସମ୍ମାନ କରି ଆସୁଛନ୍ତି । ହିନ୍ଦୁ ଦେବତାଙ୍କୁ କଟାକ୍ଷ କରିବା ସହ ବିଭିନ୍ନ ଅସଭ୍ୟ ଭାଷା ପ୍ରୟୋଗ କରି ହିନ୍ଦୁ ଦେବତାଙ୍କ କମେଡି କରୁଛନ୍ତି । ଭଗବାନ ମହାଦେବଙ୍କୁ କୁଶ୍ଚିତ ଭାଷାରେ ଅସମ୍ମାନିତ କରି ହାସ୍ୟାସ୍ମକ ଭିଡିଓ ବନାଉଛନ୍ତି । ହିନ୍ଦୁ ଦେବାଦେବୀଙ୍କୁ ଏଭଳି ଅପମାନିତ କରି କମେଡି କରିବା ଦ୍ୱାରା ସମଗ୍ର ହିନ୍ଦୁ ମାନଙ୍କ ଭାବନା କ୍ଷତାକ୍ତ ହେଉଛି । ପ୍ରଜ୍ଞାନଙ୍କ ଏଭଳି ଅଭିନୟ କୁ ବଜରଂଗ ଦଳ କେବେ ବି ସହ୍ୟ କରିପାରିବ ନାହିଁ । ସେଥିପାଇଁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜରଂଗ ଦଳର ଜିଲ୍ଲା ସଂଯୋଜକ ଡେପୁଟି କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking