36.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, ପଢନ୍ତୁ କ’ଣ

ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର, ପଢନ୍ତୁ କ’ଣ

ନୂଆଦିଲ୍ଲୀ: ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର । ତାହା ହେଲା ଏଲପିଜି ସିଲିଣ୍ଡର ବୁକିଂ ଉପରେ ସେମାନଙ୍କ ପାଇଁ ରହିଛି ପେଟିଏମ କ୍ୟାସବ୍ୟାକ୍ ଅଫର । ତେବେ ଦେଖିବାକୁ ଗଲେ ଏଲପିଜି ସିଲିଣ୍ଡର ତାର ନିୟମ ସମୟ ସମୟରେ ପରିବର୍ତ୍ତନ କରିବା ସହ ନିଜ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ମଧ୍ୟ ଆଣିଥାଏ । ଏବେ କମ୍ପାନୀ ଏକ ନୂଆ ଅଫର ମଧ୍ୟ ଆଣିଛି । ଗୋଟିଏ ଗ୍ୟାସ ସିଲିଣ୍ଡର ବୁକ୍ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଛାଡ ଘୋଷଣା କରିଛି କମ୍ପାନୀ । ଯଦି ଆପଣ ଏହି ରିହାତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଗ୍ୟାସ ସିଲିଣ୍ଡର ବୁକ କରି ପେଟିଏମ ସାହାଯ୍ୟରେ ଆପଣ ୫୦୦ ଟଙ୍କା ଯାଏଁ ରିହାତି ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା କିପରି ଏହାର ଲାଭ ଉଠାଇବେ ।
ପ୍ରଥମେ ନିଜ ଫୋନରେ ପେଟିଏମ ଆପ୍ ଅନ୍ କରନ୍ତୁ । ତାକୁ ଖୋଲିବା ପରେ ବୁକ୍ ସିଲିଣ୍ଡର ଅପ୍ସନ ଆପଣ ଦେଖିବାକୁ ପାଇବେ । ଆଉ ଯଦି ସେହି ଅପ୍ସନ ଭିଜିବଲ୍ ହେଉନି, ତେବେ ‘ସୋ ମୋର୍’ ଉପରେ କ୍ଲିକ କରନ୍ତୁ ।
ବୁକ ସିଲିଣ୍ଡର ଉପରେ କ୍ଲିକ କରିବା ପରେ ଆପଣ ଗ୍ୟାସ ପ୍ରଦାନକାରୀ କମ୍ପାନୀ ନାଁ ସିଲେକ୍ଟ କରିବେ । ଆପଣ ବାରତ ଗ୍ୟାସ, ଇଣ୍ଡେନ ଗ୍ୟାସ ଏବଂ ଏଚପି ଗ୍ୟାସ ମଧ୍ୟ ବାଛିପାରିବେ ।
ଏହା ବାଛିବା ପରେ ଆପଣ ନିଜ ରେଜିଷ୍ଟ୍ରର ହୋଇଥିବା ମୋବାଇଲ ନମ୍ବର କିମ୍ବା ଏଲପିଜି ଆଇଡି ପ୍ରଦାନ କରିବେ । ଏହାପରେ ପ୍ରୋସିଡ ଉପରେ କ୍ଲିକ କରିବା ପରେ ଆପଣ ନେମ୍ ଅଫ୍ ଦ କନଜ୍ୟୁମର , ଏଲପିଜି ଆଇଡି ଏବଂ ଗ୍ୟାସ ଏଜେନ୍ସି ନମ୍ବର ଏବଂ କେତେ ପଇସା ଚାର୍ଜ ହେଉଛି ତାହା ଦେଖିପାରିବେ ।
ପରେ ପ୍ରୋସେସ ଉପରେ କ୍ଲିକ କରିବା ପରେ ପେମେଣ୍ଟ ପୂର୍ବରୁ ଆପଣଙ୍କୁ ପେଟିଏମ ଗ୍ୟାସ ବୁକିଂ ପ୍ରମୋକୋଡ ଦେବାକୁ ପଡିବ । ଫାର୍ଷ୍ଟଏଲପିଜି । ଆଉ ସେହି ପ୍ରମୋକୋଡରେ ୫୦୦ ଟଙ୍କା ଉପରେ ରିହାତି ପାଇବେ ଆପଣ । ଯଦି ଆପଣ ପ୍ରମୋକୋଡ୍ ଦେଇନାହାନ୍ତି, ତେବେ ଆପଣ ଏହାର ଲାଭ ପାଇପାରିବେ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking