38.1 C
Bhubaneswar
Friday, April 26, 2024
Homeଅପରାଧଅସଦାଚରଣର ବିରୋଧ କରିବାରୁ ଯୁବତୀଙ୍କୁ କଣ କଲେ ପିଶାଚ ଜାଣିଲେ ଲୋମ ଟାଙ୍କୁରୀ ଉଠିବ

ଅସଦାଚରଣର ବିରୋଧ କରିବାରୁ ଯୁବତୀଙ୍କୁ କଣ କଲେ ପିଶାଚ ଜାଣିଲେ ଲୋମ ଟାଙ୍କୁରୀ ଉଠିବ

ନୂଆଦିଲ୍ଲୀ: ଫିରୋଜାବାଦ ଜିଲ୍ଲାରେ ଜଣେ ଯୁବତୀ ଅସଦାଚରଣର ବିରୋଧ କରିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଯାହାର ଶବ ଗାଁ ବାହାର କ୍ଷେତ ନିକଟରୁ ମିଳିଛି । ପରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଗରିଫ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଯଶରାନା ଥାନା ଅଂଚଳରେ ଥିବା ଏକ ଗାଁର ଜମେ କୃଷକଙ୍କର କ୍ଷେତରେ ଥ୍ରେସିଂର କାମ ହେଉଥିଲା । ଶୁକ୍ରବାର ରାତିରେ ଉକ୍ତ କୃଷକଙ୍କର ୧୮ ବର୍ଷୀୟା ଝିଅ ଖାଇବା ଦେବା ପାଇଁ କ୍ଷେତକୁ ଯାଇଥିଲା । ପରେ ଖାଇବା ଦେବା ପରେ ଘରକୁ ଫେରିଆସିଥିଲା । ହେଲେ ରାତିରେ ଯେତେବେଳେ ତାର ବାପା ଓ ଭାଇ ଘରକୁ ଆସିଲେ ସେତେବେଳେ ଝିଅକୁ ଘରେ ପାଇନଥିଲେ । ଝିଅକୁ ଘରେ ନପାଇ ସମସ୍ତେ ଚାରିଆଡେ ଖୋଜିବାକୁ ଲାଗିଲେ । ପରେ ଆଉ ଏକ କ୍ଷେତ ନିକଟରେ ଝିଅର ଶବ ମିଳିଥିଲା । ତା ଗଳାରେ ଓଢଣୀ ମଧ୍ୟ ରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରାତିରେ ହିଁ କୋତବାଲ ଗିରିଶ ଚନ୍ଦ୍ର ମଏ ନିଜ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ସିଓ ଜସରାନା ବଲଦେବ ସିଂ ଖନେଡା ଓ ଏସପି ଦେହାତ ରାଜେଶ କୁମାର ଘଟଣାସ୍ଥଳରେ ତଦନ୍ତ କରିଥିଲେ । ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପବନ ନାମକ ଯୁବକ ବିରୋଧରେ ମାମଲା ରୁଜୁ କରିଛି ଏବଂ ତାକୁ ଗିରଫ କରିନେଇଛି । ତେବେ ପୁରା ଘଟଣା ଅନୁସାରେ, ଆରୋପୀ ପବନର ଟ୍ରାକ୍ଟର ଦ୍ୱାରା ହିଁ, ଯୁବତୀଙ୍କ କ୍ଷେତରେ ଥ୍ରେସିଂ କାର୍ଯ୍ୟ ଚାଲୁଥିଲା । ଯୁବତୀଙ୍କୁ ଦେଖିବା ପରେ ତାର ନିୟମ ବଦଳିଗଲା । ସେ ଘରକୁ ଫେରୁଥିବା ସମୟରେ ପବନ ତାଙ୍କୁ ବାଟରେ ଅସଦାଚରଣ କରିଥିଲା । ପରେ ଯୁବତୀ ଜଣକ ଖାଇବା ଟିଫିନରେ ପବନର ମୁହଁକୁ ମାରିଥିଲେ । ଏହି ଘଟଣାର ପ୍ରଘଟ ହେଇଯିବା ଭୟରେ ପବନ ତାକୁ ମାରିଦେଇଥିଲା । ତେବେ ଯୁବତୀ ଜଣକ ବିଏସସି ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଏବେ ଅଭିଯୁକ୍ତ ପବନକୁ ଜେଲ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking