30.1 C
Bhubaneswar
Wednesday, April 24, 2024
Homeଅପରାଧଶୋଇଥିବା ଅବସ୍ଥାରେ ମହିଳାଙ୍କ ସହ ହେଲା ଏମିତି...

ଶୋଇଥିବା ଅବସ୍ଥାରେ ମହିଳାଙ୍କ ସହ ହେଲା ଏମିତି…

ରାଜସ୍ଥାନ: ରାଜସ୍ଥାନର ସାଓଇ ମଧୁପୁର ଜିଲ୍ଲାରେ ଏକ ସରକାରୀ ସ୍କୁଲରେ ଲକ ଡାଉନ ପାଇଁ ଆଶ୍ରୟ ନେଇଥିବା ଜଣେ ୪୦ ବର୍ଷୀୟା ମହିଳାଙ୍କୁ କିଛି ଦୁବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୀଡିତା ଜଣକ କହିଛନ୍ତି ଯେ, ସେ ଲକ ଡାଉନ ହେବା ପରଠାରୁ ସାଓଇ ମଧୁପୁର ଜିଲ୍ଲାରେ ଫସିରହିଥିଲେ । ମାତ୍ର ଚଳିବା ପାଇଁ ଅସୁବିଧା ହେବାରୁ ସେ ନିଷ୍ପତ୍ତି ନେଇଥିଲେ ନିଜ ଘର ଜୟପୁରକୁ ଫେରିଯିବା ପାଇଁ । ସେଥିପାଇଁ ସେ ଚାଲି ଚାଲି ଘରେ ପହଂଚିବାକୁ ସ୍ଥିର କରିଥିଲେ । ତେବେ ଗୁରୁବାର ଦିନ ରାତିରେ ସେ ବାତୋଡ ପୋଲିସ ଷ୍ଟେସନ ନିକଟରେ ଥିବା ଏକ ସରକାରୀ ସ୍କୁଲ ପରିସରରେ ସେ ବିଶ୍ରାମ ପାଇଁ ଅଟକି ଯାଇଥିଲେ । ହେଲେ ବିଳମ୍ବିତ ରାତିରେ ସେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ପରେ ଶୁକ୍ରବାର ସ୍ଥାନୀୟ ପୋଲିସ ଷ୍ଟେସନରେ ପୀଡିତା ମହିଳା ଜଣକ ଉକ୍ତ ଅଭିଯୁକ୍ତମାନଙ୍କ ନାଁରେ ଏତଲା ଦେଇଥିଲେ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଋିଷିକେଶ ମୀନା, ଲଖନ ରେଗାର ଓ କମଲ ଖରଓାଲ । ପୋଲିସ ସେମାନଙ୍କୁ ବର୍ତମାନ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ପୀଡିତା ମହିଳାଙ୍କର ବୟାନ ରେକର୍ଡ ହେବା ସହ ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ମେଡିକାଲ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking