38.1 C
Bhubaneswar
Friday, April 26, 2024
Homeଓଡିଶାଆଇ ଏନ ଟି ୟୁ ସି ପକ୍ଷରୁ ଦେଶ ବ୍ୟାପି ସାଧାରଣ ଧର୍ମଘଟ ରେ ...

ଆଇ ଏନ ଟି ୟୁ ସି ପକ୍ଷରୁ ଦେଶ ବ୍ୟାପି ସାଧାରଣ ଧର୍ମଘଟ ରେ ସମଗ୍ର କଳିଙ୍ଗନଗର ଠପ

ଯାଜପୁର : ଯାଜପୁର ଆଜି ତା ୨୬.୧୧.୨୦୨୦ ରିଖ ୧୦ ଗୋଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହ୍ୱାନରେ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧୀ ନୀତିବିରୁଦ୍ଧରେ ଦେଶ ବ୍ୟାପି ସାଧାରଣ ଧର୍ମଘଟ ଯୋଗୁଁ ଏସିଆ ମହାଦେଶର ସର୍ବ ବୃହତ ଶିଳ୍ପ ରାଜଧାନୀ କଳିଙ୍ଗନଗର ଆଜି ଠପ ହୋଇଯାଇଛି । ଆଇ ଏନ ଟି ୟୁ ସି ପକ୍ଷରୁ ମିଲିଟାରୀ ଛକ ଡ଼ୁବୁରୀ ଛକ ଓ ବିଭିନ୍ନ କଳକାରଖାନା ସମ୍ମୁଖରେ ଶତାଧିକ ଶ୍ରମିକ କର୍ମଚାରୀ ବିଭିନ୍ନ ପ୍ରତିଧ୍ୱନି ଦେଇ ପ୍ରତିବାଦ କରାଯାଇଥିଲା । କଳିଙ୍ଗନଗର ଶିଳ୍ପାଞ୍ଚଳ ଡ଼ୁବୁରୀ, ଦାନଗଦିରେ ଥିବା ସମସ୍ତ ବ୍ୟାଙ୍କ ବୀମା, ସରକାରୀ କାର‌୍ୟ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ମିଲିଟାରୀ ଛକ ଠାରେ ଏକ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି !କେନ୍ଦ୍ରର ବିଜେପି ସରକାର ଶ୍ରମ ଆଇନରେ ସଂଶୋଧନ କରି ୪୪ଗୋଟି ଶ୍ରମ ଆଇନକୁ ପରିବର୍ତ୍ତନ କରି ୪ଗୋଟି କୋର୍ଡ କରିବା, କାର‌୍ୟ୍ୟ ସମୟ ୮ଘଣ୍ଟାକୁ ୧୨ଘଣ୍ଟା କରିବା ଓ କୃଷକ ବିଲ ପାସ କରିବା, କରୋନା ଆଳରେ କଳିଙ୍ଗନଗରରେ ଅନ୍ୟାୟ ଶ୍ରମିକ ଛଟେଇ କରିବାକୁ ଦୃଢ଼ ପ୍ରତିବାଦ କରିଥିଲେ । ଏଥିରେ ନୀଳାଚଳ ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକ, ବିସ୍ଥାପିତ ନେତା ବାବୁଲି ପୂର୍ତ୍ତି, ମେସ୍କୋ ୱାର୍କରସ ୟୁନିଅନ ସଭାପତି ଗଣେଶ ନାୟକ, ସମ୍ପାଦକ ସେକ ସବୀର ହୋସେନ,ଅଣ ସଂଗଠିତ ଶ୍ରମିକ କଂଗ୍ରେସର ଦାନଗଦି ସଭାପତି ପ୍ରସନ୍ନ ରାଉତ,ସୁକିନ୍ଦା ରୋଡ ଲୋଡିଂ ଅନ ଲୋଡ଼ିଂ ଲେବର ୟୁନିଅନର ସମ୍ପାଦକ ପରମାନନ୍ଦ ସେଠୀ, ଉପ ସଭାପତି ଅଭିମନ୍ୟୁ ପାତ୍ର, ମୁନେଶ୍ୱର ନାୟକ, ମିଲୁ ପାତ୍ର, ନିତ୍ୟାନନ୍ଦ ନାୟକ, ଜଙ୍ଗରାଇ ମୁଣ୍ଡା, ବୋଧିରାମ ନାୟକ, ଡମା ମୁଣ୍ଡା, କୁନା ନାୟକ ପ୍ରମୁଖ ଉଦବୋଧନ ଦେଇ କହିଲେ କି ଆଜିର ଏକ ପବିତ୍ର ସମ୍ବିଧାନ ଦିବସ, ଭାରତର ପ୍ରଧାନମନ୍ତ୍ରୀ ସମ୍ବିଧାନର ବିଭିନ୍ନ ଆଇନକୁ ପରିବର୍ତ୍ତନ କରି ଶିଳ୍ପ ପତି ମାନଙ୍କର ରକ୍ଷା କବଚ ସାଜିଛନ୍ତି ଯେଉଁଥିରେ ରାଷ୍ଟ୍ରାୟତ ଉଦ୍ୟୋଗ ରୁ ପୁଞ୍ଜି ପ୍ରତ୍ୟାହାର, ରେଳ ବିଭାଗ, ପ୍ରତିରକ୍ଷା, ବି ଏସ ଏନ ଏଲ, କୋଲ ମାଇନ୍ସ, ତୈଳ ନିଗମକୁ ଘରୋଇକରଣ କୁ ଦୃଢ଼ ପ୍ରତିବାଦ କରାଯାଇଥିଲା । ଆୟ କର ଦେଉ ନଥିବା ଶ୍ରମିକ ମାନଙ୍କୁ ମାସିକ ୭୫୦୦ଟଙ୍କା, ପ୍ରବାସୀ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇବା, ସର୍ବନିମ୍ନ ମଜୁରୀ ମାସିକ ୨୧ହଜାର ଟଙ୍କା ଧାର୍ଯ୍ୟ । କରିବା, ନିର୍ମାଣ ଶ୍ରମିକ ମାନଙ୍କୁ କରୋନା ସହାୟତା ତୁରନ୍ତ ପ୍ରଦାନ କରିବା ଓ ନୂତନ ପଞ୍ଜିକରଣ କରିବା, ମନରେଗାରେ ବର୍ଷକୁ ୫୦୦ଟଙ୍କା ମଜୁରୀରେ ୨୦୦ଦିନ କାର୍ଯ୍ୟ ଯୋଗାଇ ଦେବା, ଆଶା ପାଚିକା ଓ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ଦାବି କରିବା ଓ ବିଶେଷ କରି କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମକୁ ଘରୋଇକରଣ କରିବାକୁ ବିରୋଧ କରାଯିବା ସହ ନୀଳାଚଳ ଓ ମେସ୍କୋ କାରଖାନାକୁ ତୁରନ୍ତ ଚାଲୁ କରିବା ଓ କର୍ମଚାରୀ ମାନଙ୍କ ୧୦ମାସର ଦରମା ପ୍ରଦାନ ନକଲେ ଆଗାମୀ ଦିନରେ କଳିଙ୍ଗନଗରରେ ଭୟାଭୟ ପରିସ୍ଥିତି ସୃଷ୍ଟି ହେବ ବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ବ୍ୟାଙ୍କ ବୀମା ବ୍ୟବସାୟ ପ୍ରତିଷ୍ଠାନ ସାଧାରଣ ଧର୍ମଘଟକୁ ସମର୍ଥନ ଜଣାଇଥିବାରୁ ଆଇ ଏନ ଟି ୟୁ ସି ର ସଭାପତି ଶ୍ରୀ ମହାନ୍ତି କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking