33.1 C
Bhubaneswar
Saturday, April 27, 2024
Homeଓଡିଶା''ଟିମ କ୍ଲିନ ସିଟି" ପକ୍ଷରୁ କୋରନା ସମ୍ମୁଖ ଯୋଦ୍ଧାଙ୍କୁ ସେବା ପ୍ରଦାନ

”ଟିମ କ୍ଲିନ ସିଟି” ପକ୍ଷରୁ କୋରନା ସମ୍ମୁଖ ଯୋଦ୍ଧାଙ୍କୁ ସେବା ପ୍ରଦାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାପ୍ତାହିକ ସେବା କାର୍ଯ୍ୟ । ଆଜି ନିଆରା ଢଙ୍ଗରେ ସେବା ଯୋଗାଇଛି ଏହି ସଂଗଠନ। କରୋନା ମହାମାରୀରେ ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଟିମ କ୍ଲିନ ସିଟି ପକ୍ଷରୁ ପୋଲିସ କର୍ମଚାରୀ ଓ ଆମ୍ବୁଲାନ୍ସ କର୍ମଚାରୀ ସହାୟତା ଯୋଗାଇଛି ଟିମ । ନିଜ ଜୀବନକୁ ବିପଦରେ ପକାଇ ଆମକୁ ଅହରହ ସେବା ଯୋଗାଇ ଆସୁଥିବା ଏହି ସମ୍ମୁଖ ଯୋଦ୍ଧାଙ୍କୁ ପାଣି ବୋତଲ, ବିସ୍କୁଟ ଯୋଗାଇ ଦିଆଯାଇଥିଲା । ଟିମ ସଦସ୍ୟମାନେ ଆଜି ପ୍ରତ୍ୟୁଷରେ ଏକାଠି ହୋଇ ଗୋଲାପ ଫୁଲ ଓ ସାନିଟାଇଜର ପ୍ରଦାନ ପୂର୍ବକ ଗତ ସପ୍ତାହରେ ପାଳିତ ହୋଇଥିବା ସଦସ୍ୟମାନଙ୍କ ଜନ୍ମଦିନ ଓ ବିବାହ ବାର୍ଷିକୀ ଶୁଭେଚ୍ଛା ଜଣାଇଥିଲେ।

ପରେ ଟିମର ସଦସ୍ୟ ମାନେ କୋଭିଡ କଟକଣାକୁ ପାଳନ ପୂର୍ବକ ବ୍ରହ୍ମପୁର ସହରରେ ଥିବା ସମସ୍ତ ୭ଗୋଟି ପୋଲିସ ଚେକ ପୋଷ୍ଟ ଓ ସମସ୍ତ ଟ୍ରାଫିକ ପଏଣ୍ଟରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ପାଣି ବୋତଲ ଓ ବିସ୍କୁଟ ପ୍ରଦାନ କରିଥିଲେ। ଏହାସହ ଟାଟାବେଂଜ଼ ଛକ, ଗେଟବଜାର, ଲୋଚାପଡା, ଫାଷ୍ଟ ଗେଟ, ଅନ୍ଧପସରା ରୋଡ଼, ଲାଞ୍ଜିପଲ୍ଲୀ ଓ ଖୋଡାସିଙ୍ଗି ଛକରେ ଥିବା ସମସ୍ତ ଚେକପୋଷ୍ଟ ଗୁଡିକୁ ବିଶୋଧନ କରିଥିଲେ। ଏହା ସହ ଗୋପାଳପୁର ଛକ ଓ ଖୋଡାସିଙ୍ଗିରେ ଆମ୍ବୁଲାନ୍ସ ଓ ହାଇୱେ ପେଟ୍ରୋଲିଂ କର୍ମଚାରୀଙ୍କୁ ମଧ୍ୟ ଅନୁରୂପ ସେବା ପ୍ରଦାନ କରିବା ସହ ଲାଞ୍ଜିପୋଲି ହାଇୱେ ନିକଟରେ ଥିବା ଅଟୋ ବଲାଙ୍କୁ ମଧ୍ୟ ବିସ୍କୁଟ ଓ ପାଣି ପ୍ରଦାନ କରିଥିଲେ। ଟିମର ଏହି କାର୍ଯ୍ୟରେ ବହୁ ସଦସ୍ୟ ସାମିଲ ହୋଇ ଶତାଧିକ ସମ୍ମୁଖ ଯୋଦ୍ଧାଙ୍କୁ ସେବା ପ୍ରଦାନ କରାଯାଇଥିଲା। ଟିମ ପକ୍ଷରୁ ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସେବା କାର୍ଯ୍ୟ ସମ୍ପାଦନ କରାଯାଉଥିବା ବେଳେ ଆଗକୁ ଏଭଳି କାର୍ଯ୍ୟ ଜାରି ରହିବ ବୋଲି ଟିମ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking