33.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶା ମୋ ପରିବାର ତରଫରୁ ଶବ ସତ୍କାର ପାଇଁ ନୀଳକଣ୍ଠେଶ୍ଵର ମଶାଣି ଠାରେ ହେଲ୍ପ ଡେସ୍କ...

ଓଡିଶା ମୋ ପରିବାର ତରଫରୁ ଶବ ସତ୍କାର ପାଇଁ ନୀଳକଣ୍ଠେଶ୍ଵର ମଶାଣି ଠାରେ ହେଲ୍ପ ଡେସ୍କ ଖୋଲିଲା

ବ୍ରହ୍ମପୁର : କୋରାନର ପ୍ରଥମ ଲହର ଗତବର୍ଷ କାଳରେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ବ୍ରହ୍ମପର ସହରରେ ଓଡିଶା ମୋ ପରିବାର ପକ୍ଷରୁ ଶବ ସତ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ପରି ପ୍ରେକ୍ଷୀରେ ଗତବର୍ଷ ଓଡିଶା ମୋ ପରିବାର ପକ୍ଷରୁ କରୋନା ମୃତକ କିମ୍ବା କରୋନା ଭୟରେ ଶବ ଅଛୁଆଁ ଲୋକଙ୍କ ଶବକୁ ମୃତକ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଏହି ପରିସ୍ଥିତି କୁ ସାମ୍ନା କରି ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରାଯାଇଥିଲା ।ଏହିପରି ଅନୁରୂପ ଭାବେ ଦ୍ଵିତୀୟ ଲହରର ଚଳିତ ବର୍ଷ ଓଡିଶା ମୋ ପରିବାର ପକ୍ଷରୁ ଆଜି ଶ୍ରୀ ପଣ୍ଡାଙ୍କ ତତ୍ୱାବଧାନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ମଶାଣି ପଡିଶା ରେ ଆଜିଠାରୁ ଏକ ହେଲ୍ପ ଡେସ୍କ ସ୍ଥାପନ କରାଯାଇଛି l

କୋରାନରେ ମୃତ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଶାଇ ଶବ ସତ୍କାର ସକାଶେ ମୋ ପରିବାର ସଦସ୍ୟ ମାନେ ମୃତକଙ୍କ ଅନ୍ତ୍ୟଷ୍ଟିକ୍ରିୟାରେ ସହଯୋଗ କରିବେ l କୋଭିଡ ର ସମସ୍ତ ନିୟମ କାନୁନ ଏବଂ ସତର୍କତା ଅବଲମ୍ବନ କରି ମୃତକଙ୍କ ପରିବାରକୁ ମୋ ପରିବାର ପକ୍ଷରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି lଏହି ହେଲ୍ପଡେସ୍କ ସେବାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିଲେ l ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ସୁବାସ ମହାରଣା, ବିଜୟ ସାମଲ, ଅଜିତ୍ ପଣ୍ଡା, ସଂଘମିତ୍ରା ଦଳାଇ, ମମତା ବିଷୋୟୀ,କେ ମାଧବୀ, ସୋନାଲି ଗନ୍ତାୟତ, ଏମ୍. ତେଜେଶ୍ୱର୍ ସ୍ବାମୀ, ଚିତ୍ରସେନ ମହାପାତ୍ର, କୈଳାସ ବିଷୋୟୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଜଗନ୍ନାଥ ସାବତ ଓ ରାକେଶ ସାହୁଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking