29.1 C
Bhubaneswar
Monday, May 6, 2024
Homeଓଡିଶାଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଶବ ରଖି ଧାରଣା

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଶବ ରଖି ଧାରଣା

ଗଞ୍ଜାମ: ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୁରୁଦେବ ହସ୍ପିଟାଲ୍‌ରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁର ଦିନଟିଏ ବିତିଛି । ମୃତ ମହିଳାଙ୍କ ସ୍ୱାମୀ ଏନେଇ ଥାନାରେ ଅଭିଯୋଗ କରଛନ୍ତି । ସୋମବାର ରାତିରେ ରୋଗୀ ସଙ୍ଗୀତା ସାହୁଙ୍କ ମୃତ୍ୟୁ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଛେଦ କରାଯାଇ ମଙ୍ଗଳବାର ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାରେ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଓ ରାମ କୁମାର ପାତ୍ର ଶବ ରଖି ଧାରଣା ଦେଇଛନ୍ତି । ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କୁ ତୁରନ୍ତ ଗିରଫ କରିବା, ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ସହ ସବୁଦିନ ପାଇଁ ଗୁରୁଦେବ ହସ୍‌ପିଟାଲକୁ ବନ୍ଦ କରିବାକୁ ଦାବି କରିଛନ୍ତି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ଗୁରୁଦେବ ହସପିଟାଲରେ ଏଭଳି ଏକାଧିକ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହେଉଛି । ତେଣୁ ଉପରୋକ୍ତ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଖବର ପାଇ ବ୍ରହ୍ମପୁର ଟାଉନ୍ ଏଡିପିଓ ବିଷ୍ଣୁ ପ୍ରସାଦ ପତି ଓ ବୈଦନାଥପୁର ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ ପହଞ୍ଚିି ବୁଝାସୁଝା କରିଥିଲେ । ଏହାକୁ ନେଇ ଗୁରୁଦେବ ହସ୍ପିଟାଲ ମାଲିକ ସୁଧାଂଶୁ ସାମଲଙ୍କ ସହ ଜିଲ୍ଲା ବିଜେପିର ଉପ ସଭାପତି ରାମ ପାତ୍ର, ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଭାପତି ରାଜୀବ କୁମାର ମିଶ୍ର ଓ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରାୟ ସହ କର୍ମୀମାନେ ଆଲୋଚନା କରିଥିଲେ । କିନ୍ତୁ ପରିବାର ସଦସ୍ୟଙ୍କ ଦାବିରେ  ହସ୍ପିଟାଲ ମାଲିକ ରାଜି  ହୋଇନଥିଲେ । ଆଗାମୀ ୨୪ ଘଣ୍ଟା ଭିତରେ  ଦାବି ପୂରଣ ନହେଲେ ହସ୍ପିଟାଲ ବନ୍ଦ ନିମନ୍ତେ ସିଡିଏମ୍‌ଓ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଜିଲ୍ଲା ବିଜେପି ଉପସଭାପତି ରାମ ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking