41.1 C
Bhubaneswar
Sunday, April 28, 2024
Homeଓଡିଶାସ୍ୱାମୀଙ୍କ ନିର୍ଯାତନା, ଏସ୍‌ପିଙ୍କୁ ଫେରାଦ୍ ହେଲେ ୩ ମହିଳା

ସ୍ୱାମୀଙ୍କ ନିର୍ଯାତନା, ଏସ୍‌ପିଙ୍କୁ ଫେରାଦ୍ ହେଲେ ୩ ମହିଳା

ଡାକ୍ତର, ଇଞ୍ଜିନିୟର ଓ ସେନା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ
ଗଞ୍ଜାମ : ସ୍ୱାମୀମାନେ ନିର୍ଯାତନା ଦେଇଥିବା ଅଭିଯୋଗ କଲେ ପତ୍ନୀ । ମଙ୍ଗଳବାର ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ତିନି ଜଣ ମହିଳା ଅଭିଯୋଗ କରିଛନ୍ତି । ସେହି ମହିଳାମାନେ ହେଲେ ଗୋସାଇଁ ନୂଆଗାଁ ଥାନା ଅର୍ନ୍ତଗତ ନେହୁରୁନଗର ୧୦ ଗଳିର ୱାଇ.ଅନସୂୟା, ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମର ନିବେଦିତା ସାହୁ ଓ ଷୋଳବନ୍ଧା ଗ୍ରାମର ପ୍ରିୟତମା  ମହାନ୍ତି । ଏସ୍‌ପି ସମସ୍ତ ଅଭିଯୋଗ ଶୁଣିବା ପରେ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ଓ ଟାଉନ୍ ଏଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ୱାଇ.ଅନସୂୟା ଗୋଳାବନ୍ଦ ଗ୍ରାମର ୱାଇ.ରାଜେଶଙ୍କୁ ୨୦୧୪ ଫେବୃଆରୀ ୮ରେ ବିବାହ କରିଥିଲୋ । ରାଜେଶ ଗୋଳାବନ୍ଧ ଆର୍ମି ଏଡି  କଲେଜରେ ଏଲଡି କ୍ଲକ୍‌(ସିଭିଲ ସେକ୍ସନ)ରେ କାର୍ଯ୍ୟ କରୁଛନ୍ତି । ବିବାହର କିଛି ମାସ ପରେ ଶାଶୂ, ଶ୍ୱଶୁର ଓ ନଣନ୍ଦ ଯୌତୁକ ନିର୍ଯାତନା ହେବା ସହ  ସ୍ୱାମୀ ନଥିବା ସମୟରେ ଶ୍ୱଶୁର  ଦୁର୍ବ୍ୟବହାର କରୁଥିଲେ । ଏହିସବୁ କଥା ବାହାର କହିଲେ ମାରିଦେବାକୁ ଧମକ ଦେଉଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ବାପ ଘରକୁ ଆସି ଧମକ ଦେଇଥିଲେ । ଏହି ବିଷୟରେ ଗୋସାଇଁନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ଏସ୍‌ପିଙ୍କୁ କହିଛନ୍ତି । ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ପରେ ମାମଲା ରୁଜୁ ହୋଇଥିଲା ।

ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମର ନିବେଦିତା ସାହୁ ଗତ ୨୦୧୫ ଫେବୃଆରୀ ୫ ତାରିଖରେ ଖୋଡ଼ାସିଙ୍ଗି ବାଞ୍ଝାନିଧି ନଗରର ଶାନ୍ତିଭୂଷଣ ପାଠୀଙ୍କ ସହ ବିବାହ ହୋଇଥିଲା । ଶାନ୍ତିଭୂଷଣ ବ୍ରହ୍ମପୁର ବଡ଼ ଡକ୍ତରଖାନର ଜଣେ ଡାକ୍ତର । ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୂ, ଶ୍ୱଶୁର, ନଣନ୍ଦ ଓ ନଣନ୍ଦେଇ ନିର୍ଯାତନା ଦେଉଥିବା ସେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗର୍ଭବତୀ ନହେବା ନିମନ୍ତେ ଇଞ୍ଜେକସନ୍ ଦେବାକୁ ବାଧ୍ୟ କରୁଥିଲେ । ଗତବର୍ଷ ନଭେମ୍ବରରେ ଶାଶୂଘର ଲୋକ ଜୀବନରୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ । ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ  କୌଣସି ଅଭିଯୋଗ ନଶୁଣିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ନିର୍ଦ୍ଦେଶ ଆଧାରରେ ଥାନାରେ ମାମଲା ରୁଜୁ ହୋଇଥିଲା ।

ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ସୋଳବନ୍ଧା ଗ୍ରାମର ପ୍ରିୟତମା ମହାନ୍ତି ଗତ ୨୦୧୭ରେ ବାଙ୍କି ଥାନା ଅର୍ନ୍ତଗତ ରାମଚନ୍ଦ୍ରପୁରର ଚିନ୍ମୟ ଦାସଙ୍କୁ ବିବାହ କରିଥିଲେ । ସେ ବେଙ୍ଗାଲୁରରେ ଘରୋଇ କମ୍ପାନୀରେ ଇଞ୍ଜିନିୟର ଅଛନ୍ତି । ବିବାହ ପରେ ସ୍ୱାମୀ ଅନ୍ୟତ୍ର ବିବାହ କରିଥିବା ଜଣାପଡ଼ିଥିଲା । ଏନେଇ ଥାନାରେ ଜଣାଇବାରୁ ମାମଲା ରୁଜୁ ହୋଇଥିôଲା । ଥାନାରେ ଅଭିଯୋଗ କରିବାରୁ କେସ୍ ଉଠାଇବାକୁ ଧମକ ଦେଇ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା । ୩ ବର୍ଷର ଝିଅକୁ ଅପହରଣ କରିବାକୁ ସ୍ୱାମୀ ଧମକ ଦେଉଛନ୍ତି । ଏନେଇ ବାଙ୍କି ଥାନରେ ଅଭିଯୋଗ ପରେ ପୁଲିସ ଚିନ୍ମୟଙ୍କୁ ଥାନାରେ ପଚରା ଉଚରା ପରେ ଛାଡି ଦେଇଥିଲା । ସମାଜସେବୀ ପ୍ରମିଳା ବିଷୋୟୀଙ୍କ ନେତୃତ୍ୱରେ ଏସ୍‌ପିଙ୍କୁ ସାକ୍ଷାତ କରି ତଦନ୍ତ କରି ନ୍ୟାୟ ଦେବା ନିମନ୍ତେ ନିଜର ଦାବିପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking