35.1 C
Bhubaneswar
Tuesday, April 23, 2024
Homeଓଡିଶାପୁଅକୁ ମାରି ଘରେ ପୋତିଦେଲେ : ମା’ ଓ ପୁଅ ଗିରଫ

ପୁଅକୁ ମାରି ଘରେ ପୋତିଦେଲେ : ମା’ ଓ ପୁଅ ଗିରଫ

ସୋର : ସାନ ପୁଅକୁ ମାରି ଘରେ ପୋତିବା ଘଟଣାରେ  ମା ଓ ବଡ଼ ପୁଅକୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ବାହାନଗା ଜାତୀୟ ରାଜପଥ ନିକଟ  ଇଚ୍ଛାପୁର ପୋଖରୀ ନିକଟରେ ୨୨ ବର୍ଷୀୟ ସାନ ପୁଅକୁ ୧୧ ଦିନ ତଳେ ମାରି ଘରେ ପୋତି ଦେଇଥିଲେ ମା ଓ ବଡ଼ଭାଇ । ଗତ ୧୨ ତାରିଖ ରାତି ୧୧ ଟାରେ ମଦ ପିଇ ସାନପୁଅ ଘରକୁ ଫେରିବା ପରେ କୌଣସି  କଥାକୁ ନେଇ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଘଟଣାଟି ଉଗ୍ରରୂପ ଧାରଣ କରିବା ପରେ ମାଆ ଶୁକୁରୀ ଜେନା ଏବଂ ବଡ଼ ପୁଅ ଜଗବନ୍ଧୁ ମଦ୍ୟପ ସାନପୁଅ ବଳରାମକୁ ଶାବଳରେ ଆକ୍ରମଣ କରିଥିଲେ । ଫଳରେ  ବଳରାମର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ବଳରାମକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ । ଘଟଣା ସମ୍ପର୍କରେ  କିଛି ଜଣାପଡି ନଥିବା ବେଳେ ୧୧ ଦିନ ପରେ ଭାଇର ଗଙ୍ଗାସ୍ଥି ଓ ପିଣ୍ଡ ଶ୍ରାଦ୍ଧ କରି ଫେରିଥିଲା ବଡ଼ ଭାଇ ଜଗବନ୍ଧୁ । ବଳରାମର ନିଖୋଜକୁ ନେଇ ଗାଁ ଲୋକଙ୍କ ମନରେ ସନ୍ଦେହ ଅଧିକ ଘନିଭୂତ ହୋଇଥିଲା । ପରେ ସୋର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମା ଓ ବଡ଼ପୁଅକୁ ତଦନ୍ତ ଘେରକୁ ଆଣିବା ପରେ ହତ୍ୟାକାଣ୍ଡର ଗୁମର ଖୋଲିଥିଲା । ମା’ ଓ ପୁଅକୁ ଗିରଫ କରିଥିବା ବେଳେ  ସୋର ଥାନା ଆଇଆଇସି ମଧୁମିତା ମହାନ୍ତିି ଓ ମାଜିଷ୍ଟ୍ରେଟ୍ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂଙ୍କ ସମେତ ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ôଚ ମାଟିଖୋଳି  ଶବକୁ ଜବତ କରିଛନ୍ତି । ତଦନ୍ତକାରୀ ଟିମରେ ସୋର ଥାନା ଏସଆଇ ଶିରିଶ ନାୟକ, ଏଏସ୍‌ଆଇ ପ୍ରତାପ କାଲୋ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking