41.1 C
Bhubaneswar
Sunday, April 28, 2024
Homeଓଡିଶାପୋଖରୀରେ ଶତାଧିକ ମାଛ ମରି ଭାସିଲେ

ପୋଖରୀରେ ଶତାଧିକ ମାଛ ମରି ଭାସିଲେ

ଗଞ୍ଜାମ : ଲାଞ୍ଜିପଲ୍ଲୀ କୃଷ୍ଣନଗର ସ୍ଥିତ ବନା ପୋଖରୀରେ ଆଜି ସକାଳେ ଶତାଧିକ ମାଛ ମରି ଭାସୁଥିବା ଦେଖାଯାଇଛି । ଏହାକୁ ନେଇ ଅଞ୍ଚଳବାସିନ୍ଦା ଚିନ୍ତା ପ୍ରକଟ କରିଛନ୍ତି । ଖବର ପାଇଁ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଜି ପୋଖରୀରେ ମରି ପଡ଼ିଥିବା କେତେକ ମାଛ ସହ ପୋଖରୀର ଜଳ ସଂଗ୍ରହ କରିଛନ୍ତି । ଏତେ ସଂଖ୍ୟକ ମାଛ ଏକା ଥରକେ ମରିବା ଅସ୍ୱାଭାବିକ ହୋଇଥିବାରୁ ଯଦି କୌଣସି ପୋଖରୀ ଜଳରେ ବିଷ ପ୍ରୟୋଗ କରିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି । ତେବେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପୋଖରୀର ପାଣି ସଂପୁର୍ଣ୍ଣ ଭାବେ ଦୂଷିତ ହୋଇଛି । ଏଥିରେ ବିଭିନ୍ନ ଆବର୍ଜନା ଭରି ରହିଛି ।

ଅନ୍ୟ ପକ୍ଷରେ ଗତ କିଛି ଦିନ ଧରି ସହରରେ ଭଲ ଭାବେ ଖରା କିମ୍ବା ବର୍ଷା ହେଉନାହଁ, ହୁଏତ ଏହି କାରଣ ଯୋଗୁଁ ପୋଖରୀର ଜଳରେ ଅମ୍ଳଜାନର ମାତ୍ରା ବହୁତ କମିଥିବ ।  ତେଣୁ ମାଛ ଗୁଡିକ ଅମ୍ଳଜାନ ଅଭାବରୁ ମରିଥାଇପାରନ୍ତି । ଅନ୍ୟ ପକ୍ଷରେ ବିଭାଗ ପକ୍ଷରୁ ସଂଗୃହିତ ନମୁନାର ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା ପରେ ବାସ୍ତବ କାରଣଟି ଜଣାପଡ଼ିବ ବୋଲି କୁହାଯାଇଛି । ଉଲ୍ଲେଖ ଥାଉ କି ସହରର ୪୦ରୁ ଉର୍ଦ୍ଧ୍ୱ ପୋଖରୀରେ ଏହି ପୋଖରୀ ଭଳି ସ୍ଥିତି ରହିଛି । ସେଗୁଡିକର ଜଳ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୮ ମସିହାରୁ ସତର୍କ କରିଛି । ଏଥି ପାଇଁ ଜନୈକ ଆଇନଜୀବୀ  ଟ୍ରିବ୍ୟୁନାଲକୁ ଅବେଦନ କରିଥିଲେ । ବିଏମସି ପକ୍ଷରୁ ପୋଖରୀ ଗୁଡିକର ଜଳ ବିଶୋଧନ କରିବା ପରିବର୍ତ୍ତେ ଅନ୍ୟାନ୍ୟ ସୌନ୍ଦର୍ଯ୍ୟତାକୁ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ଏହି କାରଣ ଯୋଗୁଁ ଅନ୍ୟ ପୋଖରୀରେ ଏଭଳି ଅଘଟଣ ନ ଘଟିବା ପୁର୍ବରୁ ବିଏମସି ସତର୍କ ହେବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking