28.1 C
Bhubaneswar
Thursday, March 28, 2024
Homeଓଡିଶାଆନ୍ଧ୍ରରେ ଦଶମଶ୍ରେଣୀ ଛାତ୍ରର ମୃତ୍ୟୁ

ଆନ୍ଧ୍ରରେ ଦଶମଶ୍ରେଣୀ ଛାତ୍ରର ମୃତ୍ୟୁ

ପାରଳାଖେମୁଣ୍ଡି : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରୁର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣାରେ ଓଡ଼ିଶାର ୬ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଗଜପତି ଜିଲ୍ଲା ରାୟଗଡ ଥାନା ଅଧୀନ ସାନତୁଣ୍ଡି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର ସେଠାରେ କାମ କରୁଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ପରିବାର ଲୋକେ ଖବର ପାଇବା ପରେ ପ୍ରଶାସନକୁ ନଜଣାଇ ମୃତଦେହ ଆଣିବା ପାଇଁ ଗୁଣ୍ଟୁରୁ ଯାଇଥିବାର ଜଣାପଡିଛି । ଏ ନେଇ ରାୟଗଡ ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ଓ ସ୍ଥୀନୀୟ ସରପଞ୍ଚ ସୁବାସ ଶବର ସୂଚନା ଦେଇଛନ୍ତି । ଦୁଇବର୍ଷ ହେବ କରୋନା କଟକଣା ଯୋଗୁଁ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଚଳିତ ଜୁଲାଇ ମାସ ୧୪ ତାରିଖରେ ଜିତେନ୍ଦ୍ର ଶବରଙ୍କ ପୁଅ ମହେନ୍ଦ୍ର ଶବର ଓ ସେହି ଗ୍ରାମର ନବୀନ ଭୂୟାଁଙ୍କ ପୁଅ ଅରୁଣ ଭୂୟାଁ (୧୫) ଉଭୟ ମିଶି ସେଠାରେ କାମ କରି ଆସୁଥିଲେ ।

ତେବେ ଗୁରୁବାର ସନ୍ଧ୍ୟା  ୬ଟାରେ ପରିବାର ଲୋକଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରିଥିଲେ । ହଠାତ ରାତ୍ରରେ ଥିବା ସମୟରେ କୌଣସି କାରଣ ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଅରୁଣ ଭୟାଁ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଉକ୍ତ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମହେନ୍ଦ୍ରଙ୍କ ପରିବାର ଲୋକେ ଖବରପାଇ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି । ମୃତ ମହେନ୍ଦ୍ର ରାୟଗଡ ଏସଏସ୍‌ଡି ହାଇସ୍କୁଲରେ ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ର । ସ୍କୁଲ ଖୋଲିବା ଖବର ପାଇ ଅଗଷ୍ଟ ୧ରେ ମହେନ୍ଦ୍ର ଘରକୁ ଆସିବାକୁ ଥିବା ବେଳେ ଏପରି ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking