27.1 C
Bhubaneswar
Tuesday, May 14, 2024
Homeଓଡିଶାଚାଲିଗଲେ ମା’-ବାପା,‘ଆଶୀର୍ବାଦ'ଯୋଜନାରେ ଦିଆଯିବ ସହାୟତା

ଚାଲିଗଲେ ମା’-ବାପା,‘ଆଶୀର୍ବାଦ’ଯୋଜନାରେ ଦିଆଯିବ ସହାୟତା

ଗଞ୍ଜାମ : ମାତ୍ର ୧୦ ବର୍ଷ ବୟସରେ ବାପା-ମା’ ଉଭୟଙ୍କୁ ହରାଇ ନିଜର ଭବିଷ୍ୟତ ଜୀବନକୁ ନେଇ ସନ୍ଦିହାନ ଥିବା ଏକ ଅସହାୟ ନାବାଳକ ନିକଟରେ ପ୍ରଶାସନ ପହଞ୍ଚିବା ସହ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଗ୍ରାମରେ ନିଜ ଅଜା ଗଜେନ୍ଦ୍ର ପଣ୍ଡାଙ୍କ ଘରେ ରହୁଥିବା ସୁଶିଲକାନ୍ତ ମହାପାତ୍ର ବାପା-ମା’ଙ୍କୁ ହରାଇଛନ୍ତି । ସୁଶିଲଙ୍କ ବାପା ତଥ କବିସୂର୍ଯ୍ୟନଗରଥାନା ଅନ୍ତର୍ଗତ ସନ୍ତୋଷକୁମାର ମହାପାତ୍ର ୧୨ ବର୍ଷ ପୂର୍ବେ ପାଟପୁର ଗ୍ରାମର ଗଜେନ୍ଦ୍ର ପଣ୍ଡାଙ୍କ ଝିଅ ସୁଜାତାଙ୍କୁ ବିବାହ କରିଥିଲେ । ସନ୍ତୋଷ ସୁରତରେ କାମ କରୁଥିଲେ । ତେବେ ଗତ ୨୦୧୫ ରେ ସନ୍ତୋଷଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ମା ସୁଜାତାଙ୍କ ଅସୁସ୍ଥତା ଜନିତ ଦୀର୍ଘ ୪ ମାସ ଧରି ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ଗତ ଜୁଲାଇ ୨୮ ତାରିଖ ରେ ମୃତ୍ୟୁ ହୋଇଥିଲା ।

ଗତ ଦେଢ଼ ବର୍ଷ ଧରି ସୁଶିଲ ଓ ମା ସୁଜାତା ଅଜାଘର ପାଟପୁରରେ ରହି ଆସୁଥିବା ବେଳେ ମା’ଙ୍କ ବିୟୋଗ ପରେ ସୁଶିଲ ଏବେ ଅଜା ଘରେ ରହୁଛି । ତେବେ ବାପା-ମା’ ଛେଉଣ୍ଡ ହୋଇ ଅସହାୟ ଅବସ୍ଥାରେ ସୁଶିଲ ଥିବା ଖବର ପାଇ ବିଡିଓ ଗାୟତ୍ରୀଦତ୍ତ ନାୟକ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପଠାଇବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି ଚାଇଲ୍ଡ ଲାଇନ ସଦସ୍ୟ ବଳରାମ ମଲିକ, ପ୍ରଭାତ କୁମାର ପାଢ଼ୀ ପ୍ରମୁଖ ସୁଶିଲଙ୍କ ନିକଟରେ ପହଞ୍ଚି ଶିଶୁର କାଉନସେଲିଂ କରିଥିବା ସହ ଉପଜିଲ୍ଲପାଳ କିର୍ତ୍ତୀ ଭାସନ୍ ପହଞ୍ଚି ସୁଶିଲର ଭବିଷ୍ୟତ ପାଠପଢ଼ା, ଭତ୍ତା ସମେତ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତକରି ଆନୁଷଙ୍ଗିକ ସହାୟତା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking