28.1 C
Bhubaneswar
Friday, April 26, 2024
Homeଓଡିଶାଗଞ୍ଜାମ ରେଡ୍ ,ମୟୁରଭଞ୍ଜ ଓ ଜଗତସିଂହପୁର ୟେଲୋ ଜୋନ୍‌କୁ ଉନ୍ନୀତ,ସର୍ବାଧିକ ଆକ୍ରାନ୍ତ ୧୫ରୁ ୪୦ବର୍ଷ 

ଗଞ୍ଜାମ ରେଡ୍ ,ମୟୁରଭଞ୍ଜ ଓ ଜଗତସିଂହପୁର ୟେଲୋ ଜୋନ୍‌କୁ ଉନ୍ନୀତ,ସର୍ବାଧିକ ଆକ୍ରାନ୍ତ ୧୫ରୁ ୪୦ବର୍ଷ 

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍‌ରେ ଘୋଷଣା କଲେ ରାଜ୍ୟ ସରକାର । ଆକ୍ରାନ୍ତଙ୍କ ସଂଖ୍ୟା ବହୁ ମାତ୍ରାରେ ବଢ଼ୁଥିବାର ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଜି ସକାଳ ୮ଟା ସୁଦ୍ଧା ଜିଲ୍ଲାରେ ଏକାେବେଳେ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହିଭଳି ମୟୁରଭଞ୍ଜ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଜୋନ୍ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲାରେ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲାରେ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ଯାଜପୁର ଜିଲ୍ଲାରେ ସର୍ବାଧିକ ୫୫ ଜଣରୁ ଜଣେ ସୁସ୍ଥ ହୋଇଛନ୍ତି । ୫୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୪୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସର୍ବାଧିକ ୩୧ଜଣ ସୁସ୍ଥ ହୋଇ ସାରିଲେଣି । ୧୪ଜଣ ଏବେ ଚିକିତ୍ସିତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ୨୫ଜଣଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇଛନ୍ତି ଓ ୨୦ଜଣ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମରେ ୨୧ଜଣ ଆକ୍ରାନ୍ତ ଅଛନ୍ତି । ଭଦ୍ରକରେ ୨୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି ଓ ୯ଜଣ ଚିକିତ୍ସିତ ହେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୧୨ଜଣ ଚିକିତ୍ସିତଙ୍କ ମଧ୍ୟରୁ ୫ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣ ଚିକିତ୍ସିତ ହେଉଛନ୍ତି । ଜଗତସିଂହପୁର ଜିଲ୍ଲାରେ ୪ଜଣ ଚିକିତ୍ସିତ ହେଉଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ୩ଜଣ ଚିକିତ୍ସିତ ଅଛନ୍ତି । କେନ୍ଦ୍ରାପଡ଼ାରେ ୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର, ଝାରସୁଗୁଡ଼ା ଓ କେନ୍ଦୁଝରର ୨ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । କଟକରେ ୨ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଓ ଜଣେ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨ଜଣ , ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାରେ ଜଣେ ଳେଖାଏଁ ଆକ୍ରାନ୍ତ ଥିବାବେଳେ ସମସ୍ତେ ଏବେ ସୁସ୍ଥ ହୋଇଛନ୍ତି । ଦେବଗଡ଼ ଓ କୋରାପୁଟରେ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦୫ଜଣ ୧୮ଟି ଜିଲ୍ଲାରେ ଆକ୍ରାନ୍ତ ହେଲେଣି । ଏମାନଙ୍କ ମଧ୍ୟରୁ ୧୫୪ଜଣ ପୁରୁଷ ଥିଲାବେଳେ ୫୧ଜଣ ମହିଳା ଅଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ୧୫ ରୁ ୪୦ବର୍ଷ ବୟସର ଏମାନଙ୍କ ସଂଖ୍ୟା ୧୦୬ରହିଛି । ଏହାପରେ ୪୧ରୁ ୬୦ବର୍ଷ ବୟସର ଆକ୍ରାନ୍ତ ଅଛନ୍ତି ୬୪ଜଣ । ୬୦ବର୍ଷରୁ ଉର୍ଦ୍ଧ୍ୱ ୨୨ଜଣ ଅଛନ୍ତି । ୧୪ବର୍ଷରୁ କମ୍ ୧୩ଜଣ ଆକ୍ରାନ୍ତ ଅଛନ୍ତି । ଯେଉଁ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ବୟସ ୭୦ବର୍ଷରୁ ଅଧିକ ।
https://onakhabar.com/2020/05/07/18dist-corona-positive-indented-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking