29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୁଲିସ କହିବାନୁସାରେ, ଜଣେ ପୂଜାରୀ ସମେତ ୩ ଜଣ ବ୍ୟକ୍ତିଙ୍କ ଉପରେ ଏନେଇ ଅଭିଯୋଗ କରାଯାଇଛି । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି । ମୃତକ ମହିଳାଙ୍କ ପୁଅ କହିବା ଅନୁଯାୟୀ, କିଛି ଲୋକ ତାଙ୍କ ମାଙ୍କୁ ଗାଡିରେ ଉଠାଇ ନେଇ ଘରେ ବିଳମ୍ବିତ ରାତିରେ ଛାଡି ଚାଲି ଯାଇଥିଲେ । ଘରେ ପହଂଚିବା ବେଳକୁ ତାଙ୍କ ମାଙ୍କର ମୃତ୍ୟୁ ହୋଇସାରିଥିଲା । ଏଥିରେ ସଂପୃକ୍ତ ଥିବା ପୁଜାରୀ ଓ ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ଘର ପାଖରେ ପକାଇ ଦେଇ ସେଠାରୁ ତୁରନ୍ତ ଫେରାର ହୋଇଯାଇଥିଲେ । ତାଙ୍କ ମା ସବୁବେଳେ ପୂଜା କରିବାକୁ ଯାଆନ୍ତି । ରବିବାର ସନ୍ଧ୍ୟା ୫ଟା ବେଳକୁ ସେ ପୂଜା କରିବାକୁ ଯାଇଥିଲେ । ହେଲେ ପୂଜା କରିବାକୁ ଯାଇ ସେ ଆଉ ଫେରିନଥିଲେ । ପରେ ରାତି ୧୧.୩୦ ବେଳକୁ ସେହି ଅଭିଯୁକ୍ତମାନେ ତାଙ୍କୁ ଘର ନିକଟରେ ପକାଇ ଦେଇ ଚାଲିଗଲେ । ଏହି ମାମଲାରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇଛି ଓ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହାବ୍ୟତୀତ ଅବହେଳା କାରଣରୁ ସ୍ଥାନୀୟ ପୁଲିସ କର୍ମୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ୍ଦାୟୁ ପୋଲିସ ମୁଖ୍ୟ ସଂକଳ୍ପ ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking