36.1 C
Bhubaneswar
Monday, May 6, 2024
Homeଅପରାଧଫେସବୁକରେ ଭାଙ୍ଗିଲା ବନ୍ଧୁତା

ଫେସବୁକରେ ଭାଙ୍ଗିଲା ବନ୍ଧୁତା

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣକ ଘରେ ପଶି ମା ଏବଂ ଝିଅଙ୍କ ଉପରେ ଅତ୍ୟାଚାର କରିଛି ସରଫିରା ଯୁବକ । ତେବେ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଫେସବୁକରେ ବନ୍ଧୁତା ଭାଙ୍ଗିଯିବାରୁ ଯୁବତୀଙ୍କ ଘରେ ପଶି ସେମାନଙ୍କୁ ଆକ୍ରମଣ କରିବା ସହ ନିଜକୁ ମଧ୍ୟ ରକ୍ତାକ୍ତ କରିଛି ଜଣେ ଯୁବକ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ବୋହରାରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ତେଜବୀରଙ୍କ ଘରେ ତାଙ୍କ ପତ୍ନୀ ସୁନୀତା ଏବଂ ଝିଅ ସୋନମ ଏକା ଥିଲେ । ଏହି ସମୟରେ ମୁଜାଫରନଗରର କକୁଡା ନିବାସୀ ଶିବମ ଔରଫ କାଶ୍ୟପ ଘରକୁ ଆସିଥିଲା । ତେବେ ସୋନମ କବାଟ ଖୋଲିବା କ୍ଷଣି ତାଙ୍କ ଉପରକୁ ହଠାତ ଆକ୍ରମଣ କରିଥିଲା ଶିବମ । ଏହାପରେ ମା ସୁନୀତାଙ୍କୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା । ଉଭୟଙ୍କୁ ଆକ୍ରମଣ କରି ସାରିବା ପରେ ଅଜବ କାରନାମା କରିଥିଲା ଶିବମ । ନିଜ ପେଟରେ ଛୁରୀ ଭୁଷି ନିଜକୁ ରକ୍ତାକ୍ତ କରିଥିବା ଦେଖାଯାଇଛି । ସେମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛି ।

ତେବେ ଏହି ଆକ୍ରମଣର କାରଣ ଫେସବୁକରେ ଫ୍ରେଣ୍ଡସିପ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଫେସବୁକ ଦ୍ୱାରା ମୃତ ଯୁବତୀ ଏବଂ ଶିବମ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିଲା । ଏହି ଘଟଣାରୁ ସୋନମକୁ ହତ୍ୟା କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କଥା ଅନୁମାନ କରୁଛି ପୋଲିସ । ତେବେ ଉଭୟଙ୍କ ମଧ୍ୟ ରେ ସୁନୀତା ଦେବୀ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଶିବମ । ତେବେ ସୁନୀତା ଦେବୀ ଏବଂ ଶିବମର ସ୍ୱାସ୍ଥ୍ୟାବସ୍ଥା ଏବେ ବି ଗୁରୁତର ରହିଥିବାରୁ ପଚରାଉଚରା କରାଯାଇ ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking