22.1 C
Bhubaneswar
Saturday, March 22, 2025
Homeଓଡିଶାଉଦଘାଟନ ହେଲା ଫୋର ସ୍କୋୟାର ଇଷ୍ଟକନ ପ୍ରାଇଭେଟ ଲିମିଟେଡ଼ ଅଫିସ

ଉଦଘାଟନ ହେଲା ଫୋର ସ୍କୋୟାର ଇଷ୍ଟକନ ପ୍ରାଇଭେଟ ଲିମିଟେଡ଼ ଅଫିସ

ଯାଜପୁର: ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନିକଟରେ ଆଜି ନୂତନ ଭାବେ ଉଦଘାଟନ ହୋଇଛି ଫୋର ସ୍କୋୟାର ଇଷ୍ଟକନ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟ l ଉକ୍ତ କାର୍ଯ୍ୟାଳୟକୁ କୋରାଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଫିତା କାଟି ଉଦଘାଟିନ କରିଥିଲେ l ତେବେ ବ୍ୟାସନଗର ଅଗ୍ରଗତିକୁ ଦୃଷ୍ଟିରେ ରଖି ଫୋର ସ୍କୋୟାର ଇଷ୍ଟକନ କମ୍ପାନୀ ପକ୍ଷରୁ ସହରରେ ଜମିବାଡ଼ି ପ୍ଳଟିଙ୍ଗ ବିଜନେସ ଆରମ୍ଭ କରିଛି l ଅନ୍ୟପଟେ କମ୍ପାନୀ ପକ୍ଷରୁ ବ୍ୟାସ ସରୋବର ଠାରେ ଏହାର ପ୍ରଥମ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି l ଏନେଇ ପ୍ରୋଜେକଟ କାର୍ଯ୍ୟ ପୂର୍ବରୁ ଆଜି ଏହି ଫୋର ସ୍କୋୟାର ଇଷ୍ଟକନ ପ୍ରାଇଭେଟ ଲିମିଟେଡ଼ କାର୍ଯ୍ୟାଳୟକୁ କୋରାଇ ବିଧାୟକଙ୍କ ଦ୍ୱାରା ଉଦଘାଟନ କରାଯଇଛି ବୋଲି କହନ୍ତି କମ୍ପାନୀ ମ୍ୟାନେଜର ଚିତ୍ତରଞ୍ଜନ ନାୟକ l ତବେ ଉତ୍ସବରେ ଆଜି କମ୍ପାନୀ ମ୍ୟାନେଜର ଚିତ୍ତରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟିତ କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ତେବେ ପ୍ରଥମ ପର୍ଯାୟରେ ଅତି ସୁଲଭ ମୂଲ୍ୟରେ ପ୍ରତ୍ୟୋକ ସାଧାରଣ ଲୋକଙ୍କୁ ଜମି ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking