29.1 C
Bhubaneswar
Tuesday, May 7, 2024
Homeଓଡିଶାଏସସିବିର ପୂର୍ବତନ ଅଧିକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ପରଲୋକ

ଏସସିବିର ପୂର୍ବତନ ଅଧିକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ପରଲୋକ

କଟକ : କଟକ ବଡ଼ ଡାକ୍ତରଖାନା(ଏସସିବି)ର ପୂର୍ବତନ ଅଧିକ୍ଷକ ତଥା ପ୍ଲାଷ୍ଟିକ ସର୍ଜରୀର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୧ବର୍ଷ ଧରି କ୍ୟାନସର ରୋଗରେ ପିଡିତ ଥିବାବେଳେ ଏସସିବି ମେଡିକାଲରେ ଚିିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଖୁବ ଅମାୟିକ ବ୍ୟକ୍ତ ସହିତ ଏକ ଭଲ ସର୍ଜନ ଥିଲେ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ବିଭୁତି ଭୂଷଣ ପଟ୍ଟନାୟକ ଶୋକବ୍ୟକ୍ତ କରି ସୂଚନା ଦେଇଛନ୍ତି । ତାଙ୍କ ବିୟୋଗ ପରେ ଚିକିତ୍ସା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ପଟ୍ଟନାୟକ ପ୍ଲାଷ୍ଟିକ ସର୍ଜରୀ ଆସୋସିଏସନର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ବଜ୍ରକବାଟୀ ସ୍ଥିତ ତାରିଣୀ ଲେନର ବାସଭବନରେ ଶେଷ ଦର୍ଶନ ଲାଗି ବରିଷ୍ଠ ପ୍ରଫେସର ଓ ଡାକ୍ତର ଓ ଛାତ୍ରଛାତ୍ରୀ ଭିଡ ଜମାଇଥିଲେ । ସେ ୧୯୮୩ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମବିବିଏସ ପାଠ୍ୟକ୍ରମରେ ପାସ କରିଥିଲେ । ୧୯୯୧ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାଧାରଣ ସର୍ଜରୀରେ ପିଜି ଡିଗ୍ରୀ ଓ ଏମଏସ ହାସଲ କରିଥିଲେ ।  ୧୯୯୬-୯୭ରେ ବନାରସୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ନୂଆଦିଲ୍ଲୀ ବିଶ୍ୱିଦ୍ୟାଳୟରେ ପ୍ଲାଷ୍ଟିକ ସର୍ଜରୀ ପୋଷ୍ଟ ଡକ୍ଟରାଲ ଏସିଏଚ ଡିଏନବିରେ ପାସ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking