28.1 C
Bhubaneswar
Friday, April 26, 2024
Homeଓଡିଶାବନ୍ୟାଜଳରେ ଭାସିଗଲେ

ବନ୍ୟାଜଳରେ ଭାସିଗଲେ

ମୟୂରଭଞ୍ଜ: ବନ୍ୟାଜଳରେ ଭାସିଗଲେ ଦୁଇ ବୃଦ୍ଧ । ଦୁଇ ବୃଦ୍ଧ ହେଲେ ଭଞ୍ଜ ବେଶ୍ରା (୬୫ )ଓ ଦୁଲୀ ହେମ୍ବ୍ରମ (୬୦) ବର୍ଷ । ରାସଗୋବିନ୍ଦପୁର ବ୍ଲକ କାଟୁଣୀ ଗ୍ରାମର ଘଟଣା । ଜମ୍ଭିରା ନଦୀକୂଳ କାଟୁଣି ଗ୍ରାମରେ ଏକ ଚାଳଘରେ ବସବାସ କରୁଥିଲେ । ତେବେ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଜମ୍ଭୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ବନ୍ୟାଜଳ ମାଡିଆସି ଘର ଭାଙ୍ଗିବା ସହିତ ଘରେ ରହୁଥିବା ଦୁଇବୃଦ୍ଧ ବନ୍ୟାଜଳରେ ଭାସିଗଲେ । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ରାସଗୋବିନ୍ଦପୁର ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ କସରତ ପରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ନଦୀରେ ବନ୍ୟାଜଳର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କରିବାରେ ଅଗ୍ନିଶମ ବିଭାଗକୁ ବହୁକଷ୍ଟ ସ୍ବୀକାର କରିବାକୁ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ପ୍ରଚାର ହେବାରୁ ଉଦ୍ଧାର କାର୍ଯ୍ୟ ଦେଖିବାକୁ ସ୍ଥାନୀୟ ବିଭିନ୍ନ ଗ୍ରାମର ଲୋକଙ୍କ ଗହଳି ଲାଗିଥିଲା ନଦୀକୂଳରେ । ସେହିପରି ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଆଇଆଇସି, ରାଜସ୍ବ ନିରୀକ୍ଷକ ଉପସ୍ଥିତ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking