27.1 C
Bhubaneswar
Thursday, April 25, 2024
Homeଓଡିଶାଜିଲ୍ଲାପାଳଙ୍କ ଉଦେଶ୍ୟରେ ମହିଳାଙ୍କ ଧାରଣା

ଜିଲ୍ଲାପାଳଙ୍କ ଉଦେଶ୍ୟରେ ମହିଳାଙ୍କ ଧାରଣା

ଉଦଳା : କପ୍ତିପଦା ଵ୍ଲକ ର ଵିଭିନ୍ନ ପଞ୍ଚାୟତ ରେ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ  ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅନିଦ୍ଦିଷ୍ଟକାଳ ଧାରଣା ଦିଆଯାଇଛି । ଗଣତାନ୍ତ୍ରିକ ମହିଳା ସଂଗଠନ ର ସଭାପତି ଶସ୍ମୀତା ପତି ସାଇଁକୂଳା ପଞ୍ଚାୟତ ର କିଛି ଗରିବ ଆଦିବାସୀ ଲୋକଙ୍କର ଜଵ୍ କାର୍ଡ କରାଇ ଦେଇଥିଲେ ।  କରୋନା ମହାମାରି ସମୟରେ ସରକାରଙ୍କ ଘୋଷଣା ଅନୁଯାୟୀ ପଞ୍ଚାୟତ ଗୁଡିକରେ ଗରିବ ଖଟିଖିଆ ଲୋକଙ୍କୁ କର୍ମନିଯୁକ୍ତି ଦେଵା ଵାହାନାରେ ସରକାରୀ ଵାଵୁମାନେ ସରପଞ୍ଚ ଓ କିଛି ଠିକାଦାରଙ୍କ ହାତବାରିଶି ହୋଇ କାମକରିଥିଵା କିଛି ଦିନ ମଜୁରିଆ ଙ୍କ ମଜୁରୀ ହରିଲୁଟ କରିଥିବା ଜଣା ପଡିଥିଲା । ପ୍ରକୃତ ହିତାଧିକାରୀଙ୍କ ମଜୁରୀ ଦେଵାପାଈଁ ଗଣତାନ୍ତ୍ରିକ ମହିଳା ସଂଗଠନ ଆଗଭର ହୋଇ ପ୍ରଶାସନ ନିକଟରେ ଫେରାଦ କରିଥିଲା  । ମାତ୍ର କିଛି ଫଳ ନ ମିଳିବାରୁ ଏହି ସଂଗଠନ ତରଫରୁ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ମଧ୍ୟ ଦିଆ ଯାଇଥିଲା ।  ପଞ୍ଚାୟତର ସରପଞ୍ଚ, ଠିକାଦାର, କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଉକ୍ତ ମହିଳା ସଂଗଠନର ସଭାପତି ସସ୍ମିତା ପତିଙ୍କୁ ଭୟଭୀତ କରାଇ, ତାଙ୍କ ଵାପାଙ୍କ ନାମରେ ମିଛ ମୋକଦ୍ଦମା କରାଇ ତାଙ୍କ ସାନ ଭାଇଙ୍କୁ ମାଡ ମାରି ଥିଲେ । ଏସମ୍ପକରେ ସସ୍ମିତା ଖୁଣ୍ଟାଥାନା,ଉପଖଣ୍ଡ ପୋଲିସ ଅଧିକାରୀ, ଜିଲ୍ଲା ଆରକ୍ଷ ଅଧିକାରୀ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ପାଇ ନଥିଲେ । ପ୍ରଶାସନ ନିକଟରୁ ନିରାଶ ହେଵାପରେ ଗତ ଜୁଲାଇ ମାସ ୧୭ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାରଣା ରେ ଵସିଛନ୍ତି । ଦୀର୍ଘ୪୧ଦିନ ଧାରଣାରେ ଵସିଥିଲେ ମଧ୍ୟ ଉପଜିଲ୍ଲାପାଳ ଏସମ୍ପକରେ ଜାଣିନାହିଁ ଵୋଲି ପ୍ରକାଶ କରିଛନ୍ତି । ଏହି ଘଟଣାର ୪୦ଦିନ ପରେ ୧୦ଗୋଟି ପଞ୍ଚାୟତ ର ମହିଳା ସଂଗଠକ ମାନେ ସସ୍ମିତା ଙ୍କୁ ନ୍ଯାୟ ଦେବା ଓ ଅନ୍ୟାନ୍ୟ ୬ଦଫା ଦାଵୀ ନେଇ ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାଵୀ ପୂରଣ ନହେଵା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ଵୋଲି ଜିଲ୍ଲା ସଂଗଠକ ପ୍ରକାଶ କରିଛନ୍ତି । ଗାଁ କୁ କାମ ମା”କୁ ସମ୍ମାନ ଜଣାଉଥିଵା ସରକାର ଏହି ମା”କୁ କେତେସମ୍ମାନ ଦେଇଛନ୍ତି ଵୋଲି ଵୁଦ୍ଧିଜୀଵି ମହଲରେ ପ୍ରଶ୍ନ ଉଠୁଥିଵାଵେଳେ ସରକାରୀ ଯୋଜନାକୁ ଅର୍ଧଶିକ୍ଷିତ ,ଆଦିବାସୀ ଲୋକଙ୍କୁ ଅବଗତ କରାଇ ସରକାରୀ ଯୋଜନାର ସଫଳ ରୂପାୟନ କରୁଥିଵା ସମାଜ ସେଵୀ ଜଣେ ମହିଳା ଙ୍କୁ ୪୧ଦିନ ପରେ ମଧ୍ୟ ନ୍ଯାୟ ମିଳୁନଥିଵା ସରକାରଙ୍କ ନିର୍ମଳ ଶାସନ କୁ ଆଙ୍ଗୁଠି ନିର୍ଦ୍ଦେଶ କରୁନାହିଁ ତ???

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking