32.1 C
Bhubaneswar
Thursday, May 2, 2024
Homeଓଡିଶାକୋଭିଡ୍ କେୟାର କେନ୍ଦ୍ର ଗୁଡିକର ମକ୍ ଡ୍ରିଲ୍

କୋଭିଡ୍ କେୟାର କେନ୍ଦ୍ର ଗୁଡିକର ମକ୍ ଡ୍ରିଲ୍

କଟକ : କୋଭିଡ୍‌-୧୯ ସଂକ୍ରମଣର ସଫଳ ମୁକାବିଲା ପାଇଁ ସାରାଦେଶରେ କାଭିଡ୍ ହସ୍ପିଟାଲ୍ ମାନ କାର୍ଯ୍ୟକ୍ଷମ କରାଯାଇ କୋଭିଡ୍ ପିଡ଼ୀତ ମାନଙ୍କର ଚିକିତ୍ସା କରାଯାଇଥିବାବେଳେ କେତେକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅନେକ ଧନଜୀବନ କ୍ଷତି ହେଉଅଛି । ବର୍ତ୍ତମାନ ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ୬୨ ଗୋଟି ଉତ୍ସର୍ଗୀକୃତ କୋଭିଡ୍ ହସପିଟାଲ୍ ଗୁଡିକରେ କୌଣସି ଅଗ୍ନିକାଣ୍ଡଜନିତ ଦୁର୍ଘଟଣାକୁ ଏଡାଇବା ପାଇଁ ରାଜ୍ୟ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଅଗ୍ନିନିର୍ବାପକ ଯନ୍ତ୍ର ଏବଂ ଆବଶ୍ୟକୀୟ ଉଦ୍ଧାର ଯନ୍ତ୍ରାଂଶ ସହ ମୁତୟନ କରାଯାଇଅଛି । ଏଥିନିମନ୍ତେ ମୋଟ ୩୮୪ ଜଣ ଅଗ୍ନିଶମ କର୍ମଚାରୀ ୩ଟି ସିଫ୍ଟରେ ୨୪ ଘଣ୍ଟା କାର୍ଯ୍ୟରେ ମୁତୟନ ହୋଇଛନ୍ତି । ଉକ୍ତ କର୍ମଚାରୀମାନେ କୌଣସି ହସ୍‌ପିଟାଲରେ ର ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ନିର୍ବାପନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ ଏତଦ୍ ଭିନ୍ନ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ କୋଭିଡ୍ ହସ୍ପିଟାଲ୍ ଏବଂ କୋଭିଡ୍ କେୟାର କେନ୍ଦ୍ର ଗୁଡିକର ନିୟମିତ ଭାବରେ ମକ୍ ଡ୍ରିଲ୍ ହସ୍ପିଟାଲ୍ ପରିଚାଳନା କର୍ତ୍ତୃପକ୍ଷ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବା ସହ ଅଗ୍ନି ଦୁର୍ଘଟଣା ବାବଦରେ ସଚେତନତା କରାଯାଉଅଛି । ଆଜି ସହକାରୀ ଅଗି୍ନଶମାଧିକାରୀ, କଟକକଙ୍କ ନେତୃତ୍ୱରେ ସଦ୍‌ଗୁରୁ ହସ୍ପିଟାଲ୍ କଟକ ଠାରେ ମକ୍ ଡ୍ରିଲ୍ କରାଯାଇ କର୍ମଚାରୀମାନଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର କୌଶଳ ଶିକ୍ଷା ପ୍ରଦାନ କରାଯାଇଅଛି । ଏହିପରି ରାଜ୍ୟର କିଛି ଅନ୍ୟ ହସ୍ପିଟାଲ୍ ଏବଂ କୋଭିଡ୍ କେୟାର ସେଣ୍ଟର ମାନଙ୍କରେ ପ୍ରତିଦିନ ଏହିଭଳି ମକ୍ ଡ୍ରିଲ୍ କରି ହସ୍ପିଟାଲ୍ କର୍ମଚାରୀମାନଙ୍କୁ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କୌଶଳ ଶିକ୍ଷା ଦିଆଯାଉଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking