27.1 C
Bhubaneswar
Thursday, April 25, 2024
Homeଓଡିଶାରକ୍ତ ଭଣ୍ଡାର କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ରକ୍ତ ଭଣ୍ଡାର କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ କିଛି ଅଭାବ ହେଉ ଅବା ନହେଉ ରକ୍ତର ଅଭାବ ବହୁ ମାତ୍ରାରେ ପରିଲକ୍ଷିତ ହେଉଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତ ଅଭାବକୁ ଦୁରକରିବା ପାଇଁ କିଛି ରକ୍ତ ଭଣ୍ଡାର କର୍ମଚାରୀ , ବିଭିନ୍ନ ସଙ୍ଗଠନ ଓ ଯୁବ ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଲାଗିପଡିଛନ୍ତି । ରକ୍ତ ଭଣ୍ଡାର କର୍ମଚାରୀ ଗଣ ନିଜ ତଥା ନିଜ ପରିବାର ଲୋକଙ୍କ କଥା ଚିନ୍ତା ନକରି ଲୋକଙ୍କ ସେବା ପାଇଁ ଲାଗିପଡିଛନ୍ତି । ସେମାନେ ଅନେକ ଗୁଡାଏ ଜାଗାକୁ ଜାଇ ରକ୍ତ ଦାନ ଶିବିର ମାନ ସମ୍ପାଦନା କରୁଛନ୍ତି । ଏହି ଭଳି ଅନେକ କାମ ତୁଲାଉଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ । କିନ୍ତୁ ଦୁଃଖର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ଏହି ରକ୍ତ ଭଣ୍ଡାରର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧାର ମାନ୍ୟତା ମଧ୍ୟ ପ୍ରଦାନ କରୁନାହାନ୍ତି । ବହୁ ଦିନଠାରୁ ଦାବି କରାଯାଉଥିଲେ ମଧ୍ୟ ଦରମା ବୃଦ୍ଧି ହୋଇପାରୁନି । ଏହି କରୋନାର ଜଉ ସଂଗ୍ରାମ ଚାଲିଛି ଏହି ସଂଗ୍ରାମରେ ଆଗଧାଡିର କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସରକାର ବହୁ ସୁବିଧା ସୁଯୋଗ ହେଇଛନ୍ତି ସତ କିନ୍ତୁ ଯେତେବେଳେ ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କ ସମୟ ଆସିଲା ସେତେବେଳେ ସବୁ ଶୂନ୍ୟ । ଏହି ସମୟରେ ଯାହା ଦିଅନ୍ତୁ ନ ଦିଅନ୍ତୁ ତାଙ୍କୁ ସୁରକ୍ଷା ଉପକରଣ ନିଶ୍ଚିତ ଭାବରେ ଦେବା କଥା କିନ୍ତୁ ଏତକ ମଧ୍ୟ ମିଳୁନି । ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଆମ ରାଜ୍ୟରେ ୫୫ ଗୋଟି ରକ୍ତ ଭଣ୍ଡାର ଚାଲୁରହିଛି । ଏହି ରକ୍ତ ଭଣ୍ଡାର ମାନଙ୍କରେ ୧୮୦ ଜଣ ଠିକା ବା ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି । କହିବାକୁ ଗଲେ ଆମ ରାଜ୍ୟରେ ଅସ୍ଥାୟୀ କର୍ମଚାରୀ ମାନଙ୍କ ହାତରେ ନ୍ୟସ୍ତ ରହିଛି ସମସ୍ତ ରକ୍ତ ଭଣ୍ଡାର । ଏତେ ସବୁ କାର୍ଯ୍ୟ ବହୁ ଦିନ ଠାରୁ ସୁଚାରୁ ରୂପେ ତୁଲାଉ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କ ଉପରେ ସରକାରଙ୍କ ସୁଦୃଷ୍ଟି ପଡ଼ିନାହିଁ । ଯଦି ଆମେ ଚିନ୍ତା କରିବା ଏହି ଅସ୍ଥାୟୀ କର୍ମଚାରୀ ମାନେ ଯଦି କାମ ନ କରନ୍ତି ତାହେଲେ କଣ ହେବ ?  କେତେ ଦିନ ପର୍ଯ୍ୟନ୍ତ ଏହି ଅସ୍ଥାୟୀ କର୍ମଚାରୀ ଏହିଭଳି ଅବସ୍ଥାରେ କାର୍ଯ୍ୟ ସମ୍ପାଦନା କରୁଥିବେ ? ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ସରକାର କେବେ ବୁଝି ପାରିବେ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନଙ୍କ କଥା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking