30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ

ଶପିଂ ମଲରେ ନିଆଁ, ଜୀବନ୍ତ ଜଳିଗଲେ ୯ ଜଣ

କରାଚି : ପାକିସ୍ତାନର କରାଚି ସ୍ଥିତ ରସିଦ ମିନହସ ରୋଡରେ ଅବସ୍ଥିତ ଆରଜେ ମଲରେ ଶନିବାର ଅଗ୍ନିକାଣ୍ଡରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଜଣେ ଆହତ ହୋଇଛନ୍ତି । କରାଚିରେ ସ୍ଥାନୀୟ ଡାକ୍ତରଖାନା ଏବଂ ପୋଲିସର ଅଧିକାରୀମାନେ ଡନ ନ୍ୟୁଜକୁ ସୂଚନା ଦେଇଛନ୍ତି ଯେ ଡାକ୍ତରଖାନାକୁ ୯ଟି ମୃତଦେହ ଅଣାଯାଇଛି । ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସେଣ୍ଟର୍ ଜେପିଏମସିକୁ ଗୋଟିଏ ଏବଂ ସିଭିଲ ହସ୍ପିଟାଲ କରାଚି (ସିଏଚକେ) କୁ ୮ଟି ମୃତଦେହ ଅଣାଯାଇଥିଲା । ସେ ଆହୁରି କହିଛନ୍ତି ଯେ ଜଣେ ୧୮ ବର୍ଷର ଆହତ ଝିଅକୁ ସିଭିଲ ହସ୍ପିଟାଲ କରାଚିରେ ଭର୍ତ୍ତି କରାଯାଇଥିଲା, ଯାହାର ମୃତ୍ୟୁ ହୋଇଥିଲା । ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ କରାଚିର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଛି । ଖବର ଅନୁଯାୟୀ, ଜିଲା ଡେପୁଟି କମିଶନର ଅଲତାଫ ଶେଖ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ୨୨ଜଣଙ୍କୁ ମଲରୁ ଉଦ୍ଧାର କରାଯାଇ ଜିନ୍ନା ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଜେପିଏମସି ସ୍ଥାନାନ୍ତର କରାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ବାଟରେ ମୃତ୍ୟୁବରଣ କରିଛନ୍ତି । ଏହା ଉପରେ ଡିସି କହିଛନ୍ତି ଯେ ଚତୁର୍ଥ ମହଲା ପର୍ଯ୍ୟନ୍ତ କୋଠାକୁ ଖାଲି କରାଯାଇଥିବାବେଳେ ପଞ୍ଚମ ଏବଂ ଷଷ୍ଠ ମହଲାକୁ ଖାଲି କରାଯିବା କାର୍ଯ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking